ମାହାଙ୍ଗା ବ୍ଲକ ସାହାପୁର ଗ୍ରାମରେ ଭାରତ ବିକାଶ ପରିଷଦ ବାଣୀବିହାର ଶାଖାର ରଜ ମହୋତ୍ସବ ପାଳନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ଓଡ଼ିଶାର କୃଷିଭିତ୍ତିକ ମହାନ୍ ରଜପର୍ବକୁ ପାଳନ ପୂର୍ବକ ଏହାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଆଗକୁ ବଢାଇବାର ପ୍ରୟାସ ଜାରି ରଖିଥିବା ଭୁବନେଶ୍ୱରସ୍ଥ ବାଣୀବିହାର ଶାଖା ଭାରତ ବିକାଶ ପରିଷଦ କଟକ ମାହାଙ୍ଗା ବ୍ଲକ ଅନ୍ତର୍ଗତ ସାହାପୁର ଗ୍ରାମରେ ତାର ରଜ ମହୋତ୍ସବ ଆନନ୍ଦ ଉଲ୍ଲାସର ସହ ପାଳନ ହୋଇଯାଇଛି । ଏହି ଅବସରରେ କୁମାରୀମାନଙ୍କ ମଧ୍ୟରେ ରଜପାନ, ପୋଡ଼ପିଠା, ରାଜଦୋଳି, ପୁଚିଖେଳ ସହିତ ରଜ କୁଇନ୍ ପ୍ରତିଯୋଗିତାମାନ ‘ମା’ ଅଳସାଦେବୀ ସାଂସ୍କୃତିକ ଅନୁଷ୍ଠାନ’ ପରିସରରେ ଆୟୋଜିତ କରାଯାଇ ପ୍ରୋତ୍ସାହନ ସ୍ୱରୂପ ନଗଦ ରାଶି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଗୌରାଙ୍ଗ ନାୟକ, ସୁଶ୍ରୀ ସୁଧା ପଟ୍ଟନାୟକ, ଶ୍ରୀମତୀ ବନଲତା ମହାନ୍ତି, ସ୍ୱର୍ଣ୍ଣପ୍ରଭା ମହାନ୍ତି, ବନ୍ଦନା ମହାନ୍ତି, ବବିତା ମହାନ୍ତି, ରଞ୍ଜିତା ନାୟକ ଏବଂ ରିଭା ମହାନ୍ତି ପ୍ରମୁଖ ବିଭିନ୍ନ ବିଭାଗରେ ବି•ରକ ଭାବେ ଉପସ୍ଥିତ ରହି ପିଲାମାନଙ୍କର କୃତିତ୍ୱକୁ ମୂଲ୍ୟାଙ୍କନ କରିଥିଲେ । ପରିଷଦର ଉପଦେଷ୍ଟା ଳକ୍ଷ୍ମଣ ମହାନ୍ତି, ସଭ୍ୟ ମନୋରଞ୍ଜନ ମହାନ୍ତି, ସାହାପୁରର ବିଶ୍ୱମ୍ବର ମହାନ୍ତି, ଗୁରୁଜୀ ପାର୍ଥସାରଥୀ ବାରିକ ଏବଂ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସତ୍ୟ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରି•ଳନା କରିବା ସହ କୁମାରୀ ଦିବ୍ୟାସ୍ୱରୂପା ମହାନ୍ତିଙ୍କ ସଂଯୋଜନାରେ ରଜ ମହୋତ୍ସବଟି ଅତି ସୁନ୍ଦର ଏବଂ ସାବଲୀଳ ଭାବେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମାହାଙ୍ଗ ବ୍ଲକର ବିଭିନ୍ନ ଗ୍ରାମରୁ ଏବଂ କଟକ ତଥା ଭୁବନେଶ୍ୱରରୁ ପ୍ରାୟ ୫୦ ଜଣ ରଜକୁମାରୀ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ସାହାପୁର ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁରୁଖୁରୁରରେ ସମ୍ପନ୍ନ ହୋଇଥିଲା ।