ମାହେଶ୍ୱରୀ ମହିଳା ସଂଗଠନର ରାଜ୍ୟ ଅଧିବେଶନ
ବାଲେଶ୍ୱର, (ସରୋଜ ପଣ୍ଡା):ଅଖିଳ ଭାରତୀୟ ମାହେଶ୍ୱରୀ ମହିଳା ସଂଗଠନର ଉତ୍କଳ ପ୍ରାଦେଶିକ ଶାଖାର ପ୍ରଥମ ରାଜ୍ୟସ୍ତରୀୟ ଅଧିବେଶନ ‘କଳା ସଂଗମ’ ସହଦେବଖୁଣ୍ଟା ସ୍ଥିତ ମାହେଶ୍ୱରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ରାଷ୍ଟ୍ରୀୟ ସଭାନେତ୍ରୀ ଶୋଭା ସାଦାନୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସଂଗଠନର ନୀତି ଓ ଆଦର୍ଶକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ଲୋକାଭିମୁଖୀ କରାଇବାକୁ ପରାମର୍ଶ ଦେଇଥିଲେ । ରାଜ୍ୟ ସଭାନେତ୍ରୀ ସୁନୀତା ରାଠୀ ଏଥିରେ ପୌରୋହିତ୍ୱ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅଖିଳ ଭାରତୀୟ ମାହେଶ୍ୱରୀ ମହିଳା ସଂଗଠନର ରାଷ୍ଟ୍ରୀୟ ସହ ସମ୍ପାଦିକା ଗିରିଜା ସାରଡା, ରାଜ୍ୟ ସମ୍ପାଦିକା ସଙ୍ଗୀତା ମାରୁ, ନନ୍ଦ କିଶୋର ମାହେଶ୍ୱରୀ, ମହାବୀର ମୁନ୍ଧ୍ରା, ବାଲେଶ୍ୱର ଜିଲ୍ଲା ସଭାନେତ୍ରୀ ସୀମା ମୁନ୍ଧ୍ରା ଓ ସମ୍ପାଦିକା ନିର୍ମଳା ସାହାଡା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ବାଲେଶ୍ୱର ଜିଲ୍ଲା ମାହେଶ୍ୱରୀ ମହିଳା ଶାଖା ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ଅଧିବେଶନରେ ଓଡିଶାର ସମସ୍ତ ଜିଲ୍ଲା କମିଟିର କର୍ମକର୍ତ୍ତଙ୍କ ସମେତ ମୋଟ ୧୫୦ ଜଣ ପ୍ରତିନିଧି ଯୋଗ ଦେଇଥିଲେ । ଗୀତା ସୋମାନୀ, ଉଷା ମୁନ୍ଧ୍ରା, ଶଶୀ ଡୋଗରା, ସୁଶୀଲା କାବରା, ଅନୁଜା କାବରା, ସୁତି ସୋମାନୀ, ମନୀଷା ସୋମାନୀ, କବିତା ବାହେତି, ରେଖା ଚଣ୍ଡକ, ପ୍ରୀତି ଚଣ୍ଡକ, ରଞ୍ଜିତା ଲଢା, ମୋନିକା ଝାବର, ନୀଲିମା ରାଠୀ, ବାସନ୍ତୀ ଭୁତ୍ରା, ସୋନିଆ ପେରିୱାଲ ପ୍ରମୁଖଙ୍କ ସମେତ ମାହେଶ୍ୱରୀ ସମ୍ମେଳନ ଓ ଯୁବ ସଂଗଠନର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନରେ ସକ୍ରିୟ ସହଯୋଗ କରିଥିଲେ ।