ମା କନକଦୁର୍ଗା ଙ୍କ ସିଂହ ବାହିନୀ ବେଶ ଅନୁଷ୍ଠିତ
ନିମାପଡା, (ସନ୍ତୋଷ ଦାଶ):ଆଜି ଆଶ୍ୱିନ ମାସର ଶୁକ୍ଳ ସପ୍ତମୀ ତିଥି ତଥା ପୀଠେ ଅଷ୍ଟମୀ। ପାରମ୍ପରିକ ପ୍ରଥାନୁସାରେ ନିକଟସ୍ଥ ତୁଳସୀପୁର ଗ୍ରାମ ର ଅଧିଷ୍ଠାତ୍ରୀ ଦେବୀ ମା କନକ ଦୁର୍ଗା ଙ୍କ ର ପ୍ରସିଦ୍ଧ ସିଂହ ବାହିନୀ ବେଶ ଅନୁଷ୍ଠିତ ହୋଇଛି। ପ୍ରାତଃ ରେ ମା ଙ୍କ ସ୍ନାନ ମାର୍ଜଣା ପରେ ବାଳଭୋଗହୋଇଥିବା ବେଳେ ମଧ୍ୟାର୍ଣ୍ଣ ରେ ଆମିଷ ଓ ଅନ୍ନ ଭୋଗ ଲାଗି ହୋଇଥିଲା । ସଂଧ୍ୟା ରେ ମା ଙ୍କୁ ପୁନଃ ସ୍ନାନ କରାଯାଇ ପ୍ରସିଦ୍ଧ ସିଂହ ବାହିନୀ ବେଶ ରେ ସଜ୍ଜିତ କରାଯାଇଥିଲା । ମା ଙ୍କୁ ସମସ୍ତ ଅଳଙ୍କାର, ତ୍ରିଶୂଳ, ଖଡ୍ଗ ଲାଗି ହେବାପରେ ଗ୍ରାମବାସୀ ଓ ମାତୃ ଭକ୍ତ ମାନେ ମା ଙ୍କ ନିକଟରେ ଫଳ, ମୂଳ, ଚୁଡାଘଷା ଭୋଗ ଲାଗି କରିଥିଲେ। ବିଳମ୍ବିତ ରାତିରେ ସନ୍ଧି ପୂଜା ଓ କୁଷ୍ମାଣ୍ଡ ବଳି ଦିଆ ଯାଇଥିଲା। ମହାଷ୍ଟମୀ ପାଇଁ ମନ୍ଦିର ପରିସର କୁ ସୁନ୍ଦର ରଙ୍ଗୀନ ଆଲୋକ ମାଳା ରେ ସଜ୍ଜିତ କରା ଯାଇଥିଲା। ପୂଜକ ଭାବେ ବନ୍ଦେଶ୍ଵର ଗ୍ରାମ ର ଗଙ୍ଗାଧର ପାଣି, ପୂର୍ଣ୍ଣଚନ୍ଦ୍ର ପାଣି ଓ ଅମରେଶ୍ୱର ଗ୍ରାମ ର ଗଙ୍ଗା ଧର ପାଣି ମା ଙ୍କ ପୂଜା ନୀତି କରିବା ସହିତ ମା ଙ୍କୁ ସିଂହ ବାହିନୀ ବେଶ ରେ ସଜ୍ଜିତ କରିଥିଲେ। ଶାରଦୀୟ ଦୁର୍ଗାପୂଜା ପାଇଁ ତୁଳସୀପୁର ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି ।