ମା ତାରାତାରିଣୀ ଓ ଦକ୍ଷିଣ କାଳୀ ଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ
ପୁରୁଷୋତ୍ତମପୁର, (ରମେଶ ଚନ୍ଦ୍ର ଗୌଡ଼):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ରାଇପୁର ଗ୍ରାମ କୁମାରୀ ପାହାଡ଼ ରେ ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ଙ୍କ ମନ୍ଦିର।ଏହି ଶକ୍ତି ପୀଠରେ ଆଜି ଠାରୁ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି । । ନବରାତ୍ର ପୂଜା ଅବସରରେ ମାଁ ଙ୍କ ନିକଟକୁ ବିଭିନ୍ନ ସ୍ଥାନ ରୁ ଭକ୍ତଙ୍କ ସୁଅ ଛୁଟିଛି। ପରିବାର ବର୍ଗ ଓ ସନ୍ତାନସନ୍ତିତି ଙ୍କ ର ମନସ୍କାମନା ପୂର୍ଣ୍ଣ ପାଇଁ ଅସ୍ଥାୟୀ ଦୀପଘରେ ନବରାତ୍ର ପ୍ରଦୀପ ପ୍ରଜ୍ବଳନ କରିଥାନ୍ତି। ମା ଙ୍କର ପୂଜାର୍ଚ୍ଚନା ଭୋର ସକାଳୁ ରୁ ଆରମ୍ଭ ହୋଇଥାଏ।ପ୍ରଥମେ ଦ୍ବାର ଖୋଲାବା ପରେ ମଙ୍ଗଳ ଆଳତି, ଅବକାଶ ପରେ ମାଁ ଙ୍କୁ ମଲମ ଲାଗି କରାଯାଇଥାଏ।ଚନ୍ଦନଲାଗି,ସିଙ୍ଗାର ,ମହାଆଳତୀ ହୁଏ।ସାହାଣମେଲା ପରେ ମଧ୍ୟାହ୍ନ ସମୟରେ ଧୋ ପଖାଳ ଲାଗି କରାଯାଏ । ପ୍ରଥମାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମା ବିଶ୍ରାମ ନିଅନ୍ତି ନାହିଁ ।। ସୂର୍ଯ୍ୟ ଅସ୍ତ ପୂର୍ବରୁ ମହାସ୍ନାନ କରାଯାଇ ସାନ୍ଧ୍ୟ ଆଳତୀ କରାଯାଇଥାଏ। ଚଣ୍ଡୀପାଠ,ହୋମ୍,ଧୋପଖାଳ ପରେ ବଡ଼ସିଂହାର ପରେ ମାଁ ବିଶ୍ରାମ ନେଇଥାନ୍ତି । ଏହି କ୍ରମରେ ଦିନ ସାରା ମାଆଙ୍କ ପୂଜାର୍ଚ୍ଚନାଚାଲିଥାଏ । ନବରାତ୍ର ସମୟରେ ମାଁ ତାରାତାରିଣୀ ଙ୍କ ର ୯ଟି ବେଶ ହୋଇଥାଏ । ଆଇନ୍ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରୁ ସ୍ଥାନୀୟ ପ୍ରଶାସନ ଓ ପୋଲିସ କର୍ମଚାରୀ ଉପସ୍ଥିତ ରହିଛନ୍ତି। ସେହିପରି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଜଳେଶ୍ଵରଖଣ୍ଡି ଗ୍ରାମସ୍ଥିତ ଦକ୍ଷିଣକାଳୀ ମନ୍ଦିର ପୀଠରେ ମଧ୍ୟ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି।