ମା ଦୂର୍ଗାଙ୍କ ମନ୍ଦିରରେ ଅଞ୍ଜନା ଫାଉଣ୍ଡେସନ ତରଫରୁ ଭକ୍ତଙ୍କୁ ହାଲୁଆ ବଣ୍ଟନ

ବ୍ରହ୍ମପୁର,(ୱାଇଏନଏସ): ଇଞ୍ଜିନିୟରିଂ ସ୍କୁଲ ଛକ ନିକଟରେ ଥିବା ମା ଦୂର୍ଗାଙ୍କ ମନ୍ଦିର ନିକଟରେ ନବରାତ୍ର ଅବସରରେ ଅଞ୍ଜନା ଫାଉଣ୍ଡେସନ ତରଫରୁ ଭକ୍ତ ମାନଙ୍କୁ ମିଷ୍ଟାନ୍ନ ହାଲୁଆ ଓ ଜିଲାପି ବଣ୍ଟନ କରାଯାଇଥିଲା । ଏହି ଅବସରରେ ଅତିଥି ରୂପେ ପୂର୍ବତନ ବିଧାୟକ ଡ଼ା ରମେଶ ଚନ୍ଦ୍ର ଚାୟୁ ପଟନାୟକ, ଜିଲ୍ଲା ବିଜେଡ଼ି ସଭାପତି ବିକ୍ରମ କୁମାର ପଣ୍ଡା, ମେୟର ସଂଘ ମିତ୍ରା ଦଳାଇ, ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, କର୍ପୋରେଟର ସୁର୍ୟକାନ୍ତ ସୁବୁଦ୍ଧି, ସମାଜ ସେବୀକା ଅସ୍ମିତା ମହାନ୍ତି ଓ ବରିଷ୍ଠ ସାମ୍ୱାଦିକ ସୁଦିପ୍ କୁମାର୍ ସାହୁ ପ୍ରମୁଖ ଉପସ୍ଥିତ ରହି ମା ଦୁର୍ଗାଙ୍କ ପୂଜା କରିବା ସହ ଭକ୍ତ ମାନଙ୍କୁ ମିଷ୍ଟାନ୍ନ ହାଲୁଆ ବଣ୍ଟନ କାର୍ଯ୍ୟ କ୍ରମର ଶୁଭାରମ୍ଭ କରିଥିଲେ । କର୍ପୋରେଟର ଡ. ସୋନାଲି ଗନ୍ତାୟତ ଓ ଫାଉଣ୍ଡେସନ ର ମୁଖ୍ୟ ଅଞ୍ଜନା ଷଡ଼ଙ୍ଗୀ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଶେଷରେ ସିମ୍ରନ୍ ଷଡ଼ଙ୍ଗୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।ମନ୍ଦିର ର ବହୁ କର୍ମକର୍ତ୍ତା ଏଥିରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ