ମା ବାପା ଙ୍କୁ ବଞ୍ଚାଇଦେବାକୁ ନାବାଳକ ପୁଅର ଆକୁଳ ନିବେଦନ

ନିମାପଡ଼ା, (ସନ୍ତୋଷ ଦାଶ)ମା’ ଙ୍କୁ କ୍ୟାନ୍ସର ଓ ବାପାଙ୍କୁ ବ୍ରେନଷ୍ଟ୍ରୋକ ସହ ପକ୍ଷାଘାତ । ଉଭୟ ଜୀବନ ମରଣ ସହ ଯୁଝୁଥିବା ବେଳେ ମାତ୍ର ଚଉଦ ବର୍ଷର ପୁଅ ଅସହାୟ ଅବସ୍ଥାରେ ସହାୟତା ପାଇଁ ଆକୁଳ ନିବେଦନ କରିଛି। ଯେଉଁ ବୟସରେ ସାଙ୍ଗସାଥିଙ୍କ ସହିତ ଗାଁ ଦାଣ୍ଡରେ ଖେଳ କୁଦ କରିବା କଥା, ସେହି ବୟସରେ ବାପା ମା’ଙ୍କ ଜୀବନ ବଞ୍ଚାଇବାକୁ ସଂଗ୍ରାମ କରୁଛି ନାବାଳକ ପୁଅ ରାଖଲ।ସେ ନବମ ଶ୍ରେଣୀ ପଢ଼ୁଥିବା ବେଳେ ରୋଗାକ୍ରାନ୍ତ ମା’ ଓ ବାପାଙ୍କ ଚିକିତ୍ସା ଦାୟିତ୍ଵ ମୁଣ୍ଡାଇଛି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଛୁରିଆନା ପଂଚାୟତ ବଳଭଦ୍ରପୁର ଗ୍ରାମର ପର୍ଶୁରାମ ପରିଡା (୫୦)ଓ ପତ୍ନୀ ବାସନ୍ତୀ ପରିଡା (୩୯)ଦୁହେଁ ଦମ୍ପତି ରୋଗ ଶଯ୍ୟାରେ।ପର୍ଶୁରାମ ପରିଡା ରାଜ୍ୟ ବାହାରେ ରହି କମ୍ପାନୀରେ କାମକରି ଦୁଇପୁଅ, ବୁଢା ବାପା ଓ ପତ୍ନୀଙ୍କୁ ନେଇ ଖୁସିରେ ଦିନ କାଟୁଥିଲେ।ଦୁଃଖର ବାଦଲ ଘୋଟିଲା ଭଳି ହଟାତ ପତ୍ନୀ ବାସନ୍ତୀଙ୍କ ଦେହ ଖରାପ ହେବାରୁ ଚିକିତ୍ସା କରିବା ପାଇଁ ପର୍ଶୁରାମ ମେଡିକାଲ ନେଇ ଯାଇଥିଲେ। ଡକ୍ଟର ପର୍ଶୁରାମଙ୍କୁ ସୂଚନା ଦେଇଥିଲେ ବାସନ୍ତୀ କ୍ୟାନ୍ସର ରୋଗରେ ଆକ୍ରାନ୍ତ। ଯାହାକୁ ଶୁଣି ସଙ୍ଗେ ସଙ୍ଗେ ପର୍ଶୁରାମ ପରିଡା ବ୍ରେନଷ୍ଟ୍ରୋକ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସନସାଇନି ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ଅନ୍ୟପଟେ କ୍ୟାନ୍ସର ଆକ୍ରାନ୍ତ ହୋଇ ଘରେ ଜୀବନ ସହ ସଂଗ୍ରାମ କରି ବିଛଣାରେ ପଡିରହିଛନ୍ତି ବାସନ୍ତୀ। ଦୁଇ ପୁଅ ମଧ୍ୟ୍ୟରୁ ବଡ଼ ପୁଅ ବାପାଙ୍କ ନିକଟରେ ମେଡିକାଲର ଥିବା ବେଳେ ଘରେ କ୍ୟାନ୍ସର ଆକ୍ରାନ୍ତ ମା’ ଙ୍କ ନିକଟରେ ସେବା କରୁଛି ସାନ ପୁଅ ରାଖଲ। ଉଭୟ ବାପା ମା ରୋଗାକ୍ରାନ୍ତ ହୋଇଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ଅନ୍ୟ ପଟେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯାହା ଅର୍ଥ ଥିଲା ସରିଯାଇଛି ଓ ବନ୍ଧୁ ପରିଜନ ଆବଶ୍ୟକ ମୁତାବକ ସହାୟତା କରିସାରିଲେଣି। ଜୀବନ ସହ ସଂଗ୍ରାମ କରୁଛନ୍ତି ପର୍ଶୁରାମ ଓ ବାସନ୍ତୀ। ସ୍ଥାନୀୟ ବିଧାୟକ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଙ୍କୁ ଉକ୍ତ ନାବାଳକ ରାଖଲ ବାପା ମା’ ଙ୍କ ଦେହ ଖରାପ ବିଷୟରେ ମନ୍ତ୍ରୀଙ୍କୁ କାନ୍ଦି କାନ୍ଦି ଜଣାଇଛି ।ଏ ନେଇ ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରତିଶୃତି ଦେଇଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟ୍ୟମରେ କିପରି ଚିକିତ୍ସା ହେବ ମୁଁ ଚେଷ୍ଟା କରିବି। ଗ୍ରାମବାସୀ ଓ ସାନ ପୁଅ ରାଖଲ ସହାୟତା ପାଇଁ ଅନୁରୋଧ କରିଛନ୍ତି ।ସରକାର ନଚେତ କୌଣସି ସହୃଦୟ ବ୍ୟକ୍ତି ସହାୟତା କଲେ ପର୍ଶୁରାମ ଓ ବାସନ୍ତୀ ସୁସ୍ଥ ହୋଇପାରନ୍ତେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ