କଣ୍ଟ୍ରୋଲ ଡିଲର ଙ୍କ ଠାରୁ ୨୬ ଗ୍ରାମ ବ୍ରାଉନ ସୁଗାର ଜବତ

ନିମାପଡା, (ସନ୍ତୋଷ ଦାଶ)ଆଜି ନିମାପଡା ପୋଲିସ ଉପଖଣ୍ଡ ଅଧିକାରୀ ଦେବାଶିଷ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଚାରିଛକ ଥାନାର ଏକ ସ୍ୱତନ୍ତ୍ର ପୋଲିସ ଟିମ ଚାରିଛକ ସ୍ଥିତ ମେଡିକାଲ ଛକରେ ଚଢ଼ାଉ କରି ବ୍ରାଉନ ସୁଗାର ନେଇ ଆସୁଥିବା ଅଶୋକ କୁମାର ଦାଶ(୪୦)ଙ୍କୁ ଧରି ତାଙ୍କ ଠାରୁ ୨୬ଗ୍ରାମ ବ୍ରାଉନ ସୁଗାର, ଓ ଡି ୦ ୪ ଏଫ୍ ୧୮୨୯ ନଂ ବିଶିଷ୍ଟ ଏକ ମୋଟର ସାଇକେଲ, ମୋବାଇଲ ଫୋନ ସହିତ ନଗଦ ୭୦୦ ଟଙ୍କା ଜବତ କରିଛି।ଏହି ଚଢ଼ାଉରେ ଚାରିଛକ ଥାନା ଓଆଇସି ମମତା ବିଶ୍ୱାଳ,ଏସ.ଆଇ କୃଷ୍ଣଚନ୍ଦ୍ର ପୃଷ୍ଟିଙ୍କ ସହିତ ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ଏନେଇ ଚାରିଛକ ଥାନାରେ ୯୬/୨୦୨୩ ରେ ଏକ ମାମଲା ରୁଜୁ କରାଯାଇଛି।ଅଭିଯୁକ୍ତର ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଇଦିଆଯାଇଛି।ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ଲକ୍ଷ ୬୦ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ନିମାପଡ଼ା ଏସ ଡି ପି ଓ ଦେବାଶିଷ ମିଶ୍ର ପ୍ରକାଶ କରିଛନ୍ତି। ସବୁଠାରୁ ଉଦବେଗ ର ବିଷୟ ହେଉଛି ଅଭିଯୁକ୍ତ ଚୋରା ବ୍ରାଉନ ସୁଗାର ବ୍ୟବସାୟୀ ଅଶୋକ ନିମାପଡ଼ା ବ୍ଲକ ର ତୁଳସୀପୁର ପଞ୍ଚାୟତ ରେ କଣ୍ଟ୍ରୋଲ ଡିଲର ରହିଥିବା ଜଣାପଡିଛି। ଏହି ଘଟଣା ସମଗ୍ର ନିମାପଡ଼ା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ