ମା ବିମଳାଦେବୀଙ୍କ ମନ୍ଦିରରେ ମୂଲ୍ୟବାନ ସାମଗ୍ରୀ ଭଙ୍ଗାରୁଜା ଅଭିଯୋଗ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଏନ୍ଏସି ଅଧିନସ୍ଥ ୧୭ ନମ୍ବର ୱାର୍ଡର ଲାଲାଶାସନ ଗ୍ରାମରେ କେଉଁ ଆବାହମାନ କାଳରୁ ପୂଜା ପାଇଆସୁଥିବା ଆରାଧ୍ୟା ଦେବୀ ମା ବିମଳାଦେବୀଙ୍କ ମନ୍ଦିର ପରିସରରେ ମୂଲ୍ୟବାନ ସାମଗ୍ରୀ ଭଙ୍ଗାରୁଜା ହୋଇଥିବା ସଂପର୍କରେ ଏକ ଅଭିଯୋଗ ମନ୍ଦିର ପରିଚାଳନା କମିଟି ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ ଦାୟର କରିଥିବା ଜଣାପଡିଛି । ସୋମବାର ବିଳମ୍ବିତ ରାତ୍ରରେ କୌଣସି ଅସାମାଜିକ ବ୍ୟକ୍ତି ଲାଲାଶାସନ ଗ୍ରାମର ବା ବିମଳାଦେବୀ ମନ୍ଦିରର ପାଚେରୀ ଡେଇଁ ଭିତରକୁ ପ୍ରବେଶ କରି ଦୁଇ ଗୋଟି ହାତଧୁଆ ବେସିନ୍ ଏବଂ ମନ୍ଦିର ପରିସର ମଧ୍ୟରେ ନବନିର୍ମିତ ଗୃହର ଚାବି ଭାଙ୍ଗି କମୋଡ ଶୌଚାଳୟକୁ ବଡ ପଥର ସାହାଯ୍ୟରେ ଭାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ହାତଧୁଆ ବେସିନ୍କୁ ମଧ୍ୟ ଭଙ୍ଗା ଯାଇଥିଲା । ମା ବିମଳାଦେବୀଙ୍କ ପ୍ରତିଷ୍ଠା ମହୋତ୍ସବ ସମାରୋହ ôଗୃହରେ ଥିବା ଏକ ପାଣି ମୋଟର ଓ ଜିଆଇ ପାଇପ୍ ମଧ୍ୟ ଅତୀତରେ ଚୋରି ହୋଇଯାଇଥିଲା । ପୋଲିସ ପ୍ରଶାସନ ତୁରନ୍ତ ଧ୍ୟାନ ଦେଇ ମା ବିମଳାଦେବୀଙ୍କ ମନ୍ଦିରରେ ମୂଲ୍ୟବାନ୍ ସାମଗ୍ରୀ ଭଙ୍ଗାରୁଜା ଘଟଣାରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ସଂପୃକ୍ତ ଥିବା ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ଦିର କମିଟି ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ ଅନୁରୋଧ କରିଛନ୍ତି ।