ମା’ ବିରଜାଙ୍କ ଅଡିଓ ସି.ଡି. ଉନ୍ମୋଚନ
ଯାଜପୁର -ମା’ ବିରଜାଙ୍କ ମହିମା ଓ ଜଣାଣ ଆଧାରିତ ଅଡିଓ ସି.ଡି. ବିନ୍ଧ୍ୟବାସିନୀ ବୁଧବାର ସଂଧ୍ୟାରେ ମା’ ଙ୍କ ପାଖରେ ସମର୍ପିତ ହୋ୍ଇଯାଇଚ୍ଥି । ଜିଲ୍ଳ୍ା କାର୍ଯ୍ୟାଳୟ ପରିସରରେ ଜିଲ୍ଳ୍ାପାଳ ରଂଜନ କୁମାର ଦାସ ଏହାକୁ ଉନ୍ମୋଚନ କରିବା ସହ ମା’ ବିରଜାଙ୍କ ମହିମା ପ୍ରଚାର ପ୍ରସାର ଦିଗରେ ଏହା ସହାୟକ ହେବ ବୋଲି କହିଥିଲେ । ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ମନରେ ଆଧ୍ୟାତ୍ମିକତା ସୃଷ୍ଟି ଦିଗରେ ମଧ୍ୟ ଏହା ପ୍ରଭାବ ପକାଇବ ବୋଲି ଶ୍ରୀ ଦାସ ଆଶାବ୍ୟକ୍ତ କରିଥିଲେ । ଏହି ଅଡିଓ ସି.ଡି. ରେ ଜିଲ୍ଳ୍ାପାଳ ଶ୍ରୀ ଦାସଙ୍କ ରଚିତ ୪ ଗୋଟି ଗୀତ, ଉପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳଙ୍କ ରଚିତ ଗୋଟିଏ ଓ ଜିଲ୍୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ଦ୍ୱାରା ରଚିତ ୩ ଗୋଟି ଗୀତ ସ୍ଥାନ ପାଇଚ୍ଥି । ଗୀତ ଗୁଡିକୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ଦୀନେଶ ମଲ୍ଳିକ ସଂଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ କଣ୍ଠ ଦାନ କରିଚ୍ଥନ୍ତି ବିଶିଷ୍ଟ ଶିଳ୍ପୀ ଶ୍ରୀଚରଣ, ସୁନିଲ କୁମାର, ଅରୁପମା ନାୟକ, ପ୍ରଦୀପ, ଅମୂଲ୍ୟ ଏବଂ ନୂଆ କଣ୍ଠ ଶିଳ୍ପୀ ମୋନାଲିସା ଓଝା, ଅନୁଷ୍କା ଅନାମିକା ଓ ଅମ୍ରିତ । ଶୁଭମ ମ୍ୟୁଜିକ ପକ୍ଷରୁ ମା ଯଶୋଦା କଳା ପରିଷଦ ଆନୁକୂଲ୍ୟରେ ଏହି ଗୀତ ଗୁଡିକ ପ୍ରସ୍ତୁତ କରାଯାଇଚ୍ଥି । ଏହି ସି.ଡି. ଉନ୍ମୋଚନ କାର୍ଯ୍ୟକ୍ରମରେ ସମସ୍ତ ଗୀତିକାରଙ୍କ ସହ ସଂଗୀତ ନିର୍ଦ୍ଦେଶକ ଶ୍ରୀ ମଲ୍ଲିକ ଓ କଣ୍ଠ ଶିଳ୍ପୀ ମାନେ ଉପସ୍ଥିତ ଥିଲେ । ନୂଆ କଣ୍ଠଶିଳ୍ପୀ ମାନଙ୍କୁ ଅଡିସନ ମାଧ୍ୟମରେ ଚୟନ କରାଯାଇଥିଲା । ମା’ ଙ୍କ ଉପରେ ପ୍ରଥମ ଥର ପାଇଁ ଗୀତ ଗୁଡିକୁ ଗାଇଥିବାରୁ ଓ ଗୀତ ରେକର୍ଡ ହୋଇଥିବାରୁ ନିଜର ଖୁସି ବ୍ୟକ୍ତ କରିଥିଲେ ନୂଆ କଣ୍ଠ ଶିଳ୍ପୀ ମାନେ । ଗୀତ ଗୁଡିକ ଭାବମୟ, ଶୃତି ମଧୁର ଓ ଆଧ୍ୟାତ୍ମିକତା ପୂର୍ଣ୍ଣ ହୋଇଚ୍ଥି ବୋଲି ଉପସ୍ଥିତ ଶ୍ରୋତା ମାନେ ମତ ଦେଇଥିଲେ । ଏଥିରେ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍ାପାଳ ସନ୍ତୋଷ କୁମାର ମିଶ୍ର, ଉପଜିଲ୍ଳ୍ାପାଳ ଶ୍ରୀ ଧଳ, ଅନ୍ୟାନ୍ୟ ଅଧିକାରୀ ଓ କଣ୍ଠ ଶିଳ୍ପୀଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ ।