ମା ବିଶ୍ୱତାରିଣୀ କଳାକାର ପରିଷଦ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ହାଟଡ଼ିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ମା ବିଶ୍ୱତାରିଣୀ କଳାକାର ପରିଷଦ ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ତେନ୍ତୁଲିନଣ୍ଡା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ଅଧିକାରୀ ନାୟକ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ସଦସ୍ୟ ତଥା ଗ୍ରାମବାସୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଏଥିରେ ସଂଘର ଉପସଭାପତି ଦିବାକର ବାରିକ, କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ରନାଥ ମିଶ୍ର, ସମ୍ପାଦକ ବିଦ୍ୟାଧର କବି, ଗାୟକ ବି୍‌ଷ୍ଣୁ ଦାସ, ନିରଞ୍ଜନ ଲେଙ୍କା, କାର୍ତ୍ତିକ ଜେନା, ମଦନ ମୋହନ ପ୍ରଧାନ, ସୁରେନ୍ଦ୍ର ସ୍ୱାଇଁ, ସଦାଶିବ ବାରିକ, ତପୋଧନ ଆୟଚ, କୁଳମଣି ଜେନା, ଗଣେଶ୍ୱର ଜେନା, ହେମନ୍ତ କୁମାର ନାୟକ, ରମାକାନ୍ତ ପହି, ସନ୍ତୋଷ ମଲ୍ଲିକ, ମନମୋହନ ମଲ୍ଲିକ, ପ୍ରେମାନନ୍ଦ ମଲ୍ଲିକ, ବନମାଳୀ ଜେନା, ପଦ୍ମନାଭ ବାରିକ, ଚୈତନ ଦାସ, ଗୌରାଙ୍ଗ ଓଝାଙ୍କ ସମେତ ବହୁ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ