ମା ବିଶ୍ୱତାରିଣୀ କଳାକାର ପରିଷଦର ବାର୍ଷିକ ସମ୍ମିଳନୀ

ହାଟଡ଼ିହି (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ମା’ବିଶ୍ୱତାରିଣୀ କଳାକାର ପରିଷଦର ବାର୍ଷିକ ସମ୍ମିଳନୀ ବଡରମ୍ପାସ ଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଅଧିକାରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲା କଳାକାର ସଂଘର ସଭାପତି ଅଧ୍ୟାପକ ଧିରେନ ମହାନ୍ତି, ମୁଖ୍ୟ ବକ୍ତା ଭାବେ ଶିଶୁ ସାହିତ୍ୟକ ରତ୍ନାକର ଦାସ, ସମ୍ମାନୀତ ଅତିଥିଭାବେ ଜିଲ୍ଲା କଳାକାର ସଂଘଠକ ରମାକାନ୍ତ ପାତ୍ର, ଗୋଲକ ବିହାରୀ ନାୟକ, ବରିଷ୍ଠ ସାହିତ୍ୟକ ମାର୍କଣ୍ଡ ଚରଣ ପଣ୍ଡା,ପ୍ରମୋଦ ପଟ୍ଟନାୟକ, ଅକ୍ଷୟ କୁମାର ବେହେରା, ରମାକାନ୍ତ ସାମଲ, ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୁଖ ଯୋଗଦେଇ କଳାର ବିକାଶ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ଅବସରରେ ବହୁ ବରିଷ୍ଠ କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗାୟକ ଶଙ୍କର୍ଷଣ ମିଶ୍ର, ପ୍ରଭାକର ପାଣି ଓ ଅଧିକାରୀ ନାୟକ ପାଲା ପରିବେଷଣ କରିଥିଲେ । ଏମାନଙ୍କୁ ଗାୟକ କୋକିଳ, ଗାୟକ ବସନ୍ତ, ଗାୟକ ଦିପ୍ତୀ ସମ୍ମାନରେ ସମ୍ବାନୀତ କରାଯାଇଥିଲା । ବଡରମ୍ପାସ ଗ୍ରାମ ପାଲା କମିଟିର ସଭାପତି ଲମ୍ବୋଦର ସେନାପତି, ସମ୍ପାଦକ ସଞ୍ଜୟ କୁମାର ମହାପାତ୍ର, କଳାକାର ସଂଘର କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ରନାଥ ମିଶ୍ର, ସମ୍ପାଦକ ବିଦ୍ୟାଧର କବି, ଉପସଭାପତି ଦିବାକର ବାରିକ, ସାଂସ୍କୃତିକ ସମ୍ପାଦକ କିଶୋର ଚନ୍ଦ୍ର ମହାନ୍ତି, ସଂଗଠନ ସଦସ୍ୟ ସଦାଶିବ ବାରିକ, ଉମାମଣି ପାଢ଼ୀ, କାର୍ତ୍ତିକେଶ୍ୱର ଜେନା, ପର୍ଶୁରାମ ଦାସ, ତପୋଧନ ଆୟଚ, ନିରଞ୍ଜନ ଲେଙ୍କାଙ୍କ ସମେତ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବଡରମ୍ପାସ ସମେତ ଆଖପାଖ ଅଞ୍ଚଳର ଶହଶହ ଲୋକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ