ମା ମଙ୍ଗଳାଙ୍କ ପ୍ରସିଦ୍ଧ ସିଂହବାହିନୀ ବେଶ ଅନୁଷ୍ଠିତ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ଆଜି ଚୈତ୍ରମାସର ସପ୍ତମୀ ତିଥି। କିନ୍ତୁ ପୀଠେ ଅଷ୍ଟମୀ ପୂଜା।ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ରେ ପାରମ୍ପରିକ ପ୍ରଥାନୁସାରେ ଗୁରୁବାର ଠାରୁ ଆରମ୍ଭ ହୋଇଥିଲା ତ୍ରୀଦିବସୀୟ ବାସନ୍ତିକ ଦୂର୍ଗା ପୂଜା। ଗୁରୁବାର ରାତି ପ୍ରାୟ ୪.୩୦ ରେ ମନ୍ଦିର ଖୋଲାଯାଇ ମଙ୍ଗଳ ଆରତୀ ପରେ ଦିନ ପ୍ରାୟ ୧୦ ଟାରେ ସୂର୍ଯ୍ୟ ପୂଜା ଅନୁଷ୍ଠିତ ହୋଇଥିଲା। ଦିନ ୨ଟା ରେ ସକାଳ ଧୂପ,୩.୩୦ ରେ ଦ୍ଵି ପ୍ରହର ଧୂପ, ସଂଧ୍ୟା ୫.୩୦ ରେ ଭଣ୍ଡ ଧୂପ ଅନୁଷ୍ଠିତ ହୋଇ ସଂଧ୍ୟା ୬ ଟା ରେ ମନ୍ଦିର ପହୁଡ଼ ପଡିଥିଲା।୬.୩୦ ରେ ମନ୍ଦିର ପହୁଡ଼ ଫିଟାଯାଇ ମା ଙ୍କ ସ୍ନାନ ଅନୁଷ୍ଠିତ ହେବାପରେ ମା ଙ୍କୁ ପ୍ରସିଦ୍ଧ ସିଂହବାହିନୀ ବେଶ ରେ ସଜ୍ଜିତ କରା ଯାଇଥିଲା। ପରେ ମନ୍ଦିର ପହୁଡ଼ ଫିଟିଥିଲା। ମାତୃ ଭକ୍ତ ମାନେ ଧାଡ଼ି ରେ ମନ୍ଦିର ରେ ପ୍ରବେଶ କରି ମା ଙ୍କୁ ଦର୍ଶନ କରିଥିଲେ। ପୂଜା ପଣ୍ଡା ଭାବେ ଶରତ ଦିକ୍ଷୀତ ମାଙ୍କୁ ବେଶ ଓ ସମସ୍ତ ପୂଜା ନୀତି ଅନୁଷ୍ଠିତ କରିଥିବା ବେଳେ ପାଳିଆ ସେବକ ଭାବେ ଲକ୍ଷ୍ମୀ ନାରାୟଣ ଦିକ୍ଷୀତ ପୂଜାପଣ୍ଡା ଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ।ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।