ମା’ ମଙ୍ଗଳା ମନ୍ଦିରର ୭ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ
କୁଆଖିଆ (ଜୁଗାବ୍ଦ ନ୍ୟୁଜ୍): ରସୁଲପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନଗର ପଞ୍ଚାୟତ ଭିକିପୁର ଗ୍ରାମସ୍ଥ ଓଁ ଶ୍ରୀ ଶ୍ରୀ ମଙ୍ଗଳା ଦେବୀଙ୍କ ମନ୍ଦିରର ୭ମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଉଦଯାପିତ ହୋଇଛି । ଉଦ୍ଯାପନ ଦିବସରେ କୋରାଇର ବିଧାୟକ ଆକାଶ ଦାସ ନାୟକ ଯୋଗ ଦେଇ ମା’ଙ୍କ ଦର୍ଶନ କରିଥିଲେ । ପ୍ରତିଷ୍ଠା ଉତ୍ସବରେ ପୂଜକ ଭାବେ ବ୍ରହ୍ମାଶ୍ରୀ ରାଜକିଶୋର ରଥଶର୍ମା ନେତୃତ୍ୱରେ ବହୁ ବିଦ୍ୱାନ ପଣ୍ଡିତ ସୂର୍ଯ୍ୟପୂଜା, ଗୋ ପୂଜା, ଯଜ୍ଞାରମ୍ଭ, ଚଣ୍ଡିପାଠ, ବେଦ ପାଠ ସହ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା । ଉକ୍ତ ପୂଜା କମିଟି ସଭାପତି ହୃଷିକେଶ ମାହାଲା, ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ଗ୍ରାମ ମୁଖ୍ୟ ନଟବର ଜେନା, ପରିକ୍ଷୀତ ସାହୁ, ନନ୍ଦକିଶୋର ସାହୁ, କୃଷ୍ଣଚନ୍ଦ୍ର ପାଢ଼ୀ, ବିଶ୍ୱମ୍ବର ପାଢ଼ୀ, ଶଙ୍କର୍ଷଣ ବିଶ୍ୱାଳ, ଗୋବିନ୍ଦ ସାହୁ, ଯଦୁନାଥ ତ୍ରିପାଠୀଙ୍କ ସହ ହରିଗୋଷାଇଁ କ୍ଲବର ମାୟାଧର ସାହୁ, ଜଗବନ୍ଧୁ ଜେନା, ବିରବର ସାହୁ, ଗଣେଶ ସାହୁ, ଜଗନ୍ନାଥ ସାହୁ, ବେଣୁଧର ପୃଷ୍ଟି, ଯଶୋବନ୍ତ ସାହୁ, ପ୍ରମୋଦ ସାହୁ, ଯୁଧିଷ୍ଠିର ସାହୁ, ବିବେକାନନ୍ଦ ପୃଷ୍ଟି, ବଳରାମ ସାହୁ, ପ୍ରଦୀପ୍ତ ସାହୁ, କାଳନ୍ଦୀ ସାହୁ, ଶିବପ୍ରସାଦ ସାହୁ, ନିରଂଜନ ସାହୁ, ପ୍ରକାଶ ଭଞ୍ଜ, ରାଜେଶ ସାହୁ, ଚନ୍ଦନ ସାହୁ, ସୁନୀଲ ପାଢ଼ୀ, ହିମାଂଶୁ ପାଢ଼ୀ, କ୍ଷୀରୋଦ ସାହୁ, ବାସୁଦେବ ସାହୁ, ମନୋରଂଜନ ମାହାଲା, ବ୍ରହ୍ମାନନ୍ଦ ମାହାଲା ପ୍ରମୁଖ ଯୋଗ ଦେଇଛନ୍ତି ।