ପାଣିରେ ବୁଡି ଶିଶୁପୁତ୍ର ମୃତ୍ୟୁ

ରାଇରଙ୍ଗପୁର,(ଅକ୍ଷୟ ବିଶ୍ବାଳ);ଖଡଖାଈ ନଦୀରେ ବୁଡ଼ି ଶିଶୁପୁତ୍ର ମୃତ୍ୟୁ ହୋଇଥିବା ଭଳି ଏକ ଅଭାବନୀୟ ଘଟିଯାଇଛି । ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ପୁରୁଣା ପାଣି ପଞ୍ଚାୟତ ଅଧିନସ୍ଥ ରାଣିପାଳ ଗ୍ରାମର ଶୁଶୁର ଘରକୁ ଆସିଥିବା କର ମାଝୀ ର ସ୍ତ୍ରୀ ତାର ଶିଶୁପୁତ୍ର ଚାନ୍ଦ୍ରାୟ ମାଝୀ କୁ ଧରି ଖରାବେଳେ ଗାଁ ପାଖ ଖଡଖାଈ ନଦୀରେ ଗାଧୋଇବା ପାଇଁ ଯାଇଥିଲା ।ମା ନଦୀରେ ଗାଧୋଇବା ବେଳେ ଶିଶୁଟି କେତେବେଳେ ଖେଳୁ ଖେଳୁ ପାଣିରେ ଖସି ପଡିଥିଲା ।ପରେ ମା ହଠାତ୍ ଦେଖିଲାବେଳକୁ ସବୁ ଖେଳ ଆତ୍ମ ।ପରେ ପରିବାର ଲୋକେ ପିଲାଟିକୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ବୁଧବାର ଦିନ ଶବ ବ୍ୟବଚ୍ଛେଦ କରାଯିବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ