ମା’ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମହୋଦୟଙ୍କୁ ଅଗଷ୍ଟ ୧୮ ତାରିଖ ଦିନ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ମାନ୍ୟବର ମନ୍ତ୍ରୀ ଶ୍ରୀ ସାହୁଙ୍କୁ ବିଦ୍ୟାର୍ଥୀ ବୃନ୍ଦ ପୁଷ୍ପ ବୃଷ୍ଟି କରି ଶିକ୍ଷାନୁଷ୍ଠାନ ପରିସରକୁ ପାଛୋଟି ନେଇଥିଲେ। ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମହୋଦୟଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ମହାରଣା, ସହ ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ନନ୍ଦ, ସଭାପତି ଗଙ୍ଗାଧର ସାହୁ, ସମ୍ପାଦକ ସନ୍ତୋଷ କୁମାର ପାତ୍ର, ସରପଞ୍ଚ ପ୍ରତିନିଧି ସୁଶାନ୍ତ କୁମାର ସାହୁ, ସମିତି ସଭ୍ୟ କାହ୍ନୁ ଚରଣ ସାହୁ, କୁମୁଦ ଚନ୍ଦ୍ର ଦାଶ ପ୍ରମୁଖଙ୍କ ସମେତ ଗୁରୁଜୀ, ଗୁରୁମା, ଓ ବିଦ୍ୟାର୍ଥୀ ବୃନ୍ଦ ଯୋଗଦେଇଥିଲେ।