ମିଜୋରାମରେ ପରିବହନ ବ୍ୟବସ୍ଥା ବେହାଲ୍‌

ଗୌହାଟୀ, (ୱାଇଏନ୍‌ଏସ୍‌): ଆସାମରେ ସ୍ଥାନୀୟ ଲୋକ ଅଗଷ୍ଟ ୭ ତାରିଖ ବିଳମ୍ବିତ ରାତିରୁ ମିଜୋରାମ ଉପରେ ଲଗାଇଥିବା ଆର୍ଥିକ ନାକାବନ୍ଦୀକୁ ପ୍ରତ୍ୟାହାର କରି ନେଇଛନ୍ତି । ଏହା ପରେ ଆସାମରୁ ମିଜୋରାମକୁ ଯାନବାହନ ଚଳାଚଳ ପୁଣି ଥରେ ଆରମ୍ଭ ହୋଇଛି ।
ଅଫିସିଆଲ୍ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଦକ୍ଷିଣ ଆସାମର କଛାର ଜିଲ୍ଲା ଅନ୍ତର୍ଗତ ଲୈଲାପୁରରେ ଫଶି ରହିଥିବା ୯ଟି ଟ୍ରକ୍ ୩୦୬ ନଂ ଜାତୀୟ ରାଜପଥରେ ମିଜୋରାମ ଅଭିମୁଖେ ଯାତ୍ରା କରିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ଜୁଲାଇ ୨୬ ତାରିଖରେ ମିଜୋରାମ ପୋଲିସ କର୍ମୀ ଓ ସଶସ୍ତ୍ର ନାଗରିକଙ୍କ ଦ୍ୱାରା ସଂଘର୍ଷରେ ଆସାମର ୬ ଜଣ ପୋଲିସ କର୍ମୀ ଏବଂ ଜଣେ ନାଗରିକଙ୍କ ମୃତ୍ୟୁ ଘଟିଥିଲା । ଘଟଣାରେ ନ୍ୟାୟ ପ୍ରଦାନ ନେଇ ଆଶ୍ୱାସନା ମିଳିବା ପରେ ସ୍ଥାନୀୟ ଲୋକେ ଏହି ଆର୍ଥିକ ନାକାବନ୍ଦୀକୁ ପ୍ରତ୍ୟାହାର କରି ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ