ମିନିବସ୍ ଚାପାରେ ବୃଦ୍ଧ ମୃତ
ଗାଙ୍ଗପୁର ଥାନା ଅନ୍ତର୍ଗତ କେଶପୁର ଶାସନ ଛକ ଠାରେ ଏକ ମିିନିଟ୍ରକ ଚାପାରେ ଜଣେ ବୃଦ୍ଧଙ୍କର ମୃତ ଘଟିଛି । ମୃତକ ଜଣକ ହେଲେ ଝରପାଲି ଗ୍ରାମର ଗଣପତି ଗୈାଡ( ୬୨)ବୋଲି ଜଣାପଡିଛି । ସୂଚନା ଅନୁସାରେ ଆଜି ସକାଳ ବାଡୁଳାରୁ ଆସିକା ଯାଉଥିବା ସମୟରେ ମିନିବସ୍ (ଓଆର୦୨ୟୁ୮୭୦୦ ) ରୁ କେଶପୁର ଶାସନରୁଗାଡିରୁ ଓହ୍ଲାଇବା ବେଳେ ଗାଡିଟି ଛାଡିଦେଇଥିଲା । ବୃଦ୍ଧ ଜଣକ ଭାରସାମ୍ୟ ହରାଇ ଚକତଳେ ପଡିଯାଇଥିବାରୁ ତାଙ୍କ ଉପରେ ମିନି ବସଟି ଚଢିଯାଇଥିଲା ।ମିିନିବସ ଚାପାରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତ ଶବକୁ ଜବତ କରି ଆସିକା ମେଡିକାଲକୁ ଶବବ୍ୟବଛେଦ ପଠାଇଥିଲା । ଶବବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି । ଏହି ଘଟଣାରେ ପୋଲିସ ବସକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖିଛି । ଏହି ଘଟଣାରେ ତଦନ୍ତକାରୀ ଅଫିସର ସବ୍ଇନ୍ସପେକ୍ଟର ପ୍ରମୋଦ କୁମାର ବେହେରା ଜଣାଇଛନ୍ତି ।


