ଭାରତୀୟ ଜନତା ପାର୍ଟିର ଛତ୍ରପୁର ବିଧାନସଭାପ୍ରାର୍ଥୀ ପ୍ରଶାନ୍ତ କରଙ୍କ ମାରଥନ ନିର୍ବାଚନୀ ପ୍ରଚାର

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ ) : ଭାରତୀୟ ଜନତା ପାର୍ଟି ପକ୍ଷରୁ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର ଚାଲିଥିବା ବେଳେ ଆଜି ସିନେ ଅଭିନେତ୍ରୀ ରାଗିନୀ ଏହି ପ୍ରଚାର ରେ ସାମିଲ ହୋଇ ଛତ୍ରପୁର ବିଧାନସଭାପ୍ରାର୍ଥୀ ପ୍ରଶାନ୍ତ କୁମାର କର ଙ୍କ ନିମନ୍ତେ ଫିଲ୍ମ ଢଙ୍ଗରେ ଜନସାଧାରଣଙ୍କୁ ପଦ୍ମ ଫୁଲ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ । ଏହାସହ ଭାରତୀୟ ଜନତାପାର୍ଟିର ଛତ୍ରପୁର ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତ କରଙ୍କ ନିଜ ପଂଚାୟତ ତଥା ଆର୍ଯ୍ୟପଲ୍ଲଗ୍ରାମ ପଂଚାୟତରେ ଦଳପକ୍ଷରୁ ଶକ୍ତି ପ୍ରଦର୍ଶନ କରାଯାଇଛି । ପଂଚାୟତର ଆବାଳବୃଦ୍ଧାବନିତା ପ୍ରଶାନ୍ତଙ୍କୁ ସମର୍ଥନ ଜଣାଇ ଆନନ୍ଦ ଉଲ୍ଲାସରେ ମୁହଁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ମୁଖାପିନ୍ଧି ହାତରେ ବିଜେପି ପତାକା ଧରି ଅପରାହ୍ନରେ ସ୍ଥାନୀୟ ପୋର୍ଟ ଛକ ଠାରୁ କଣମଣା ଯୁବମୋର୍ଚ୍ଚା ମଣ୍ଡଳ ସଭାପତି ଏନ୍.ଦୀନବନ୍ଧୁ , ଯୁବନେତା ପି.ରାମବାବୁ, କେ.ଦାଶରଥୀ, ଏମ୍.ବେତାଳ, ଆର୍ଯ୍ୟପଲ୍ଲୀ ପଂଚାୟତ ନାଏବ ସରପଂଚ ପି.ବାବାଜୀ,ଜି.ଜଗନ୍ନାଥ, ଜି.ଦାଲେୟାଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପଂଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରଥିଲେ । ଛତ୍ରପୁର ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତ କର ଏବଂ ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସି ପାତ୍ରଙ୍କୁ ପଦ୍ମଫୁଲ ଚିହ୍ନରେ ସୁଇଚ୍ ମାରି ବିଜୟୀ କରିବା ନିମନ୍ତେ ପଂଚାୟତବାସୀ ସଂକଳ୍ପ କରିଥିଲେ । ଏହାସହ ଶକର କଣମଣା ଓ କାଳିପଲ୍ଲୀ ପଂଚାୟତର ବିଭିନ୍ନ ଗାଁ କୁ ଗାଁ ବୁଲି କେନ୍ଦ୍ରସରକାରଙ୍କ ଜନହିତକର ଯୋଜନା ସଂପର୍କରେ ପ୍ରଚାର ମାଧ୍ୟମରେ ଲୋକଙ୍କୁ ସଚେତନତା କରିବା ସହ ଭୋଟ ଦେବାକୁ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ