ମିଲରକୁ ଦୀର୍ଘଦିନ ହେଲା ଧାନ ଦେବା ପରେ ଚାଷୀ ପାଇନାହାନ୍ତି ପ୍ରାପ୍ୟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ତାମ୍ପରକଇଠା ସୋସାଇଟିର ଚାଷି ମିଲରକୁ ଦୀର୍ଘଦିନ ହେଲା ଧାନ ଦେବା ପରେ ମଧ୍ୟ ସରକାରୀ ଧାର୍ଯ୍ୟରେ ପ୍ରାପ୍ୟ ପାଇ ପାରି ନ ଥିବା ନେଇ ଅଭିଯୋଗ ହେଉଛି । ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ତାମ୍ପରକଇଠା ସୋସାଇଟିର ୩୩ ଗୋଟି ଟୋକେନ୍ ପାଇ ଥିବା ଚାଷି ଧାନ ମିଲକୁ ଦେବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଚାଷି ତାଙ୍କର ଧାନର ମୂଲ୍ୟ ସରକାରୀ ଦରରେ ପାଇ ନଥିବା ଅଭିଯୋଗ ହୋଇଛି । ତେଣୁ ପୁଣି ଥରେ ତାମ୍ପରକଇଠା ସୋସାଇଟିର ସଭାପତି ଜୀ ଶ୍ରୀଧର ନାଇଡୁଙ୍କ ନେତୃତ୍ୱରେ ସୋସାଇଟିର ଚାଷି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଷୋସାଇଟିର ସଭାପତି ଜୀ ଶ୍ରୀଧର ନାଇଡୁ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ତାମ୍ପର କଇଠା ସୋସାଇଟି ର ୩୩ ଜଣ ଟୋକେନ୍ ପାଇଥିବା ଚାଷି ମିଲକୁ ଧାନ ଦେବା ପରେ ଆଜି ପର୍ଯ୍ୟନ୍ତ ସରକାରୀ ଧାର୍ଯ୍ୟରେ ପ୍ରାପ୍ୟ ପାଇ ପାରି ନ ଥିବାରୁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ।