ରୂପାନ୍ତରଣ ବିଦ୍ୟାଳୟ କାର୍ଯ୍ୟ ପରିଦର୍ଶନ କଲେ ଗଜପତି ଜିଲ୍ଲାପାଳ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଗୋଶାଣୀ ବ୍ଳକର ୫ଟି ରୂପାନ୍ତକରଣ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟର ପରିଦର୍ଶନ ଓ ନିରୀକ୍ଷଣ କରିଛନ୍ତି। ଲାବଣ୍ୟଗଡ଼ ହାଇ ସ୍କୁଲ ଗୌଡ଼ତାଳସିଂ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ତାଟିପେଟି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଜିଲ୍ଲା ପାଳ ପରିଦର୍ଶନ କରି ଚାଲିଥିବା ସ୍ମାର୍ଟ ବୋର୍ଡ, ଇ ଲାଇବ୍ରେରୀ, ବିଜ୍ଞାନଗାର, କମ୍ପ୍ୟୁଟର ଲ୍ୟାବ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଖେଳ ପଡ଼ିଆ, ବଗିଚା ଆଦି ନିର୍ମାଣ ତଥା ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ।ଚାଲୁ ରହିଥିବା ନିର୍ମାଣ ତଥା ଉନ୍ନୟନ କାମ ତୁରନ୍ତ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ।ଏହି ପରିଦର୍ଶନ ସମୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରୋମାଞ୍ଚଳ ଖମାରୀ,ଗୋଶାଣୀ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୀଳ ମାଧବ ମାଝୀଙ୍କ ସମେତ ବ୍ଳକର ସହକାରୀ ଯନ୍ତ୍ରୀ, ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟାନ୍ୟ ବ୍ଳକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।


