ମିଳିତ ଅବକାରୀ ଚଢଉ, ଲକ୍ଷାଧିକ ଟଙ୍କାର ପୋଚ ଓ ମଦ ନଷ୍ଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : -ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବ୍ରହ୍ମପୁରସ୍ଥ ସାଉଦେର୍ନ ଡିଭିଜନ ଇଆଇଇବି ଓ ଗାରବନ୍ଧା ପୋଲିସଙ୍କ ମିଳିତ ଚଢାଉ କରାଯାଇଥିଲା । ଜିଲ୍ଲାର ବୁରୁଝାଲି, ଭୀମପୁର, ଗୁମ୍ମା ଓ ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନ ମାନଙ୍କରେ ଅବକାରୀ ଚଢାଉ କରି ୧୧ଗୋଟି ମକଦ୍ଦମା ରୁଜୁ କରାଯାଇଥିବା ବେଳେ ୬ଜଣଙ୍କୁ ଗିରଫ କରାଯାଇ କେସ ରୁଜୁ କରାଯାଇଥିବାର ବିଭାଗୀୟ ସୂତ୍ରରୁ ପ୍ରକାଶ । ଏହି ମିଳିତ ଚଢଉ ବେଳେ ୧୨ହଜାର ଲିଟର ମହୁଲ ପୋଚ ଏବଂ ୯୩୦ ଲିଟର ଚୋରା ଦେଶୀ ରନ୍ଧା ମଦ ସହ ମଦରନ୍ଧା ସରଞ୍ଜାମ ଜବତ କରାଯାଇ ଚଢଉ ସ୍ଥାନ ମାନଙ୍କରେ ହିଁ ନଷ୍ଟ କରିଦିଆଯାଇଛି । ଏହାର ଆନୁମାନିକ ମୂଲ୍ୟ ୬ଲକ୍ଷ ୯୩ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ସୂଚନା ପ୍ରଦାନ କରାଯାଇଛି । ଏହି ଚଢାଉରେ ବ୍ରହ୍ମପୁରସ୍ଥ ସାଉଦେର୍ନ ଡିଭିଜନ ଇଆଇଇବିର ଅଶୋକ କୁମାର ଶତପଥି, କୁବେର ସେଠୀ, ହୃଦାନନ୍ଦ ସାମନ୍ତ, ସଦର ରେଞ୍ଜର ଆଇ ପ୍ରକାଶ କୁମାର ସାହୁ ଓ ଜିଲ୍ଲାର ସମସ୍ତ ଅବକାରୀ ଅଧିକାରୀ ଅଂଶଗ୍ରହଣ କରିଥିଲେ ।