ମିଳିତ ଅବକାରୀ ଚଢାଉ ପୋଚନଷ୍ଟ, ୩ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ, ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ମିଳିତ ଅବକାରୀ ଚଢଉ ହୋଇଥିଲା । ଜିଲ୍ଲାର ସିଙ୍ଗିପୁର, ନେରେଡିଗୁଡା, ଗାରାବନ୍ଧ, ପାରଳାଖେମୁଣ୍ଡି ସହରର ବିଭିନ୍ନ ଅଞ୍ଚଳରେ ଚଢାଉ କରି ୪୨୦୦ ଲିଟର ମହୁଲ ପୋଚ, ୬୧୫ ଲିଟର ଦେଶୀ ରନ୍ଧା ମଦ, ଗୋଟିଏ ମୋଟର ସାଇକେଲ୍ ଏବଂ ମଦ ରନ୍ଧା ସାମଗ୍ରୀମାନ ଜବତ କରାଯାଇଥିଲା । ଘଟଣାରେ ସମ୍ପୃକ୍ତ ୩ ଜଣ ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି । ଏହି ଚଢାଉରେ ପାରଳାଖେମୁଣ୍ଡି ପୋଲିସ ଏବଂ ଅବକାରୀ ବିଭାଗର କର୍ମଚାରୀମାନେ ସାମିଲ ଥିଲେ ।