ମିଳିତ କ୍ରୀୟାନୁଷ୍ଠାନ କମିଟିର ଜଗନ୍ନାଥ ପ୍ରସାଦ ବ୍ଲକ ୧୨ ଘଣ୍ଟିଆ ବନ୍ଦ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଘୁମୁସର ଜିଲ୍ଲା ଦାବିରେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରାସାଦ ବ୍ଲକ ୧୨ ଘଣ୍ଟିଆ ବନ୍ଦ।ମିଳିତ କ୍ରିୟା ଅନୁଷ୍ଠାନ କମିଟି ଓ ଅନ୍ୟାନ୍ୟ ୪୦ ଗୋଟି ଅନୁଷ୍ଠାନ ର ସହଯୋଗ ରେ ଏହି ବନ୍ଦ ଡାକରା ଦିଆଯାଇଛି।ସହର ର ସମସ୍ତ ଦୋକାନ ବଜାର ଯାନବାହନ, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି।ଆଜି ସକାଳୁ ଜଗନ୍ନାଥ ପ୍ରସାଦ ସହରର ତଥା ଆଖ ପାଖ ଗ୍ରାମ ଗୁଡିକ ମଧ୍ୟ ବନ୍ଦ କୁ ସମର୍ଥନ ଜଣାଇ ଦୋକାନ ବଜାର ବନ୍ଦ କରିଥିଲେ, ସମସ୍ତ ପ୍ରବେଶ ପଥକୁ ଆନ୍ଦୋଳନ କାରୀ ମାନେ ଅବରୋଧ କରିଥିଲେ ଫଳରେ ସହ ଶହ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା।ସ୍କୁଲ କଲେଜ ପିଲା ମାନଙ୍କୁ ଓ ଜରୁରୀକାଳୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ଥିବା ଵ୍ୟକ୍ତି ମାନଙ୍କୁ ପ୍ରବେଶ ଅନୁମତି ମିଳିଥିଲା ଭଞ୍ଜନଗର ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଜଗନ୍ନାଥ ପ୍ରସାଦ ମିକିତ କ୍ରିୟାନୁଷ୍ଠାନ କମିଟି ଅନ୍ୟ ୪୦ ଗୋଟି ଅନୁଷ୍ଠାନ ର ସହଯୋଗରେ ବନ୍ଦ ସଫଳ ହୋଇଥିଲା।ଆନ୍ଦୋଳନ ରେ ବରିଷ୍ଠ ଆନ୍ଦୋଳନ କାରୀ ତଥା କ୍ରିୟାନୁଷ୍ଠାନ କମିଟି ସଭାପତି ସୋମନାଥ ନାୟକ ,ପ୍ରକାଶ ସାହୁ ,ହରେ କୃଷ୍ଣ ସାହୁ,ପ୍ରଶାନ୍ତ ବିଷୋୟୀ ତଥା ବୁଗୁଡ଼ା,ସୋରଡା,ବାଲିପଦର ଅଞ୍ଚଳର ବହୁ ଆନ୍ଦୋଳନ କାରୀ ଯୋଗଦେଇଥିଲେ । ଲୋକମାନେ ସ୍ୱତଃ ଭାବେ ବନ୍ଦ କୁ ସମର୍ଥନ କରିଥିଲେ।ଘୁମୁସର ଜିଲ୍ଲା ଲୋକଙ୍କ ଦାବି ନୁହଁ ହକ ବୋଲି ପ୍ରକାଶ କରିଛନ୍ତି।ଅଗାମିଦିନରେ ଘୁମୁସର ଜିଲ୍ଲାର ଘୋଷଣା ନ ହୁଏ ତାହେଲେ ପ୍ରତ୍ୟେକ ବ୍ଲକ ପଞ୍ଚୟତ ଘେରାଉ କରାଯିବ ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ