ମିଳିତ ଚଢାଉରେ ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳର ଅନ୍ତରବା ପଞ୍ଚାୟତ ଅନ୍ତର୍ଗତ ହାତୀପଙ୍କା ଗ୍ରାମ ଅଞ୍ଚଳରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇ ବିପୁଳ ପରିମାଣରେ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିବାର ଜଣାପଡିଛି । ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଏହି ଗଞ୍ଜେଇ ଚାଷ ଅଞ୍ଚଳର ଅଯୋଗ୍ୟ ଅନାବାଦି ଜମିରେ ପ୍ରାୟ ୫୨.୪ ଏକର ଜମିରେ ହୋଇଥିବାବେଳେ ଏଥିରେ ପ୍ରାୟ ୧ଲକ୍ଷ ୪ହଜା ୯୬୦ଟି ଗଛ ରହିଥିଲା । ଏହାକୁ ଆଜି ମିଳିତ ଚଢାଉ କରାଯାଇ ଜବତ କରାଯିବା ସହ ସେହି ଗଛ ଗୁଡିକ ମାଜିଷ୍ଟ୍ରେଟ ଦାୟିତ୍ୱରେ ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ଉପସ୍ଥିରେ ନଷ୍ଟ କରାଯାଇଛି । ଏହି ଚଢାଉ ବେଳେ ଅବକାରୀ ଅଧିକାରୀ ପଦ୍ମଚରଣ ସାହୁ, ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଏ.ଏସ୍.ଆଇ. ଆକାଶ ଚନ୍ଦନ ଦାସ, ଉତ୍କଳ କେଶରୀ ପ୍ରଧାନ ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତଥିଲେ ।