ମିଳିତ ଚଢାଉରେ ବିପୁଳ ପରିମାଣର ଗଞ୍ଜେ ଚାଷ ନଷ୍ଟ

ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାପାଳ ଅନୁପମ ସାହା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆର୍‌.ଉଦୟଗିରି ଥାନା ତଥା ନୂଆଗଡ ବ୍ଲକ ଅନ୍ତର୍ଗତ ସୁନ୍ଦରଡାଙ୍ଗ ପଞ୍ଚାୟତ ଅଞ୍ଚଳର ସୁନ୍ଦରଡାଙ୍ଗ ଗ୍ରାମ ଅଞ୍ଚଳରେ ଅବକାରୀ ବିଭାଗ, ବନ ବିଭାଗ, ରାଜସ୍ୱ ବିଭାଗ ଆଦିଙ୍କ ମିଳିତ ଚଢାଉରେ ପ୍ରାୟ ୧ଲକ୍ଷ ୩୩ହଜାର ୪୪୦ ଗୋଟି ଗଞ୍ଜେଇ ଗଛ ଚାଷ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଚାଷ ପ୍ରାୟ ୬୬.୭୨୦ଏକର ଅଞ୍ଚଳରେ କରାଯାଇଥିଲା । ଏହି ଚଢାଉ ବେଳେ ଆର୍‌.ଉଦୟଗିରି ଏସ୍‌.ଡି.ପି.ଓ. ଦିଲ୍ଲୀପ କୁମାର ନାୟକ, ନୂଆଗଡର ସହକାରୀ ତହସିଲଦାର ଆଶିଷ କୁମାର ପ୍ରଧାନ, ସମ୍ବଲପୁର ରାଜସ୍ୱ ନିରୀକ୍ଷକ ସୁଶାନ୍ତ କୁମାର ଗମାଙ୍ଗ ପ୍ରମୁଖ ଉପସ୍ଥିତଥିଲେ । ଏହି ସମସ୍ତ ଚାଷକୁ ନଷ୍ଟ କରାଯାଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୧୩କୋଟି ୩୪ଲକ୍ଷ ୪୦ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ