ମିଳିତ ନିଶା ନିବାରଣ ଆଭିଯାନର ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) :- ‘ମିଳିତ ନିଶା ନିବାରଣ ଅଭିଯାନ (ମନା) ଜିଲା କମିଟିର ମାସିକ ବୈଠକ ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଗତ ୩ ତାରିଖ ଦିନ ‘ମନା’ ପକ୍ଷରୁ ଆୟୋଜିତ ରେମୁଣାସ୍ଥିତ ଆଞ୍ଚଳିକ କର୍ମଶାଳାର ନିଷ୍ପତି ଉପରେ ଏହି ବୈଠକରେ ସମୀକ୍ଷା କରାଯିବା ସହ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସର୍ବସମ୍ମତ୍ତି କ୍ରମେ ପ୍ରସ୍ତାବ ଗ୍ରହଣ କରାଗଲା । ଆଞ୍ଚଳିକ କର୍ମଶାଳାରେ ରାଜ୍ୟ କମିଟିର ସଭାପତିଙ୍କ ସମେତ ସମସ୍ତ କର୍ମକର୍ତ୍ତା, ମୟୂରଭଞ୍ଜ ଏବଂ ଭଦ୍ରକ ଜିଲ୍ଲାର ପ୍ରତିନିଧିମାନଙ୍କୁ ଧନ୍ୟବାଦ ଦିଆଗଲା । ସମଗ୍ର ରାଜ୍ୟକୁ ନିଶାମୁକ୍ତ କରିବା ଦିଗରେ ଜିଲା କମିଟିଙ୍କ ସହଯୋଗରେ ଆଞ୍ଚଳିକ କମିଟିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ବୈଠକରେ ସମସ୍ତେ ଆଶା ପ୍ରକାଶ କରିଥିଲେ । ଆସନ୍ତା ୧୧ ତାରିଖରେ ରାଜ୍ୟପାଳଙ୍କ ବାଲେଶ୍ୱର ଗସ୍ତ ଅବସରରେ ତାଙ୍କୁ ‘ମନା’ ଜିଲ୍ଲା କମିଟି ପକ୍ଷରୁ ନିଶାମୁକ୍ତ ଓଡ଼ିଶା ପାଇଁ ଏକ ଦାବିପତ୍ର ଦିଆଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ବୈଠକରେ ସାଧାରଣ ସମ୍ପାଦିକା ଗତ ଅଧିବେଶନର ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ ଆୟବ୍ୟୟ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ସୁବ୍ରତ କର, ଡ. କେଶବ ଚରଣ ପଣ୍ଡା, ଉପସଭାପତି ଡ. କ୍ଷିତୀଶ୍ୱର ଦାଶ, ସଂପାଦପକ ଗୌରାଙ୍ଗ ପାଣିଗ୍ରାହୀ, ତ୍ରିଦିବ ନାୟକ, ଗୀତାଞ୍ଜଳି ସିଂହ, କମଳାକାନ୍ତ ଦାଶ, ପ୍ରସନ୍ନ କୁମାର ପାଢ଼ୀ, ରମେଶଚନ୍ଦ୍ର ଜେନା, ଯୋଗେଶଚନ୍ଦ୍ର ପ୍ରଧାନ, ଅକ୍ଷୟ କୁମାର ତ୍ରିପାଠୀ, ବେଣୁଧର ସାହୁ, ଲୀନା ପାଣିଗ୍ରାହୀ, ସନାତନ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଉପ-ସଭାପତି ଅର୍ଚ୍ଚନା ନନ୍ଦୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।