ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର,ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଟାଉନ ହଲ ଠାରେ ଭଞ୍ଜନଗର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଯାଇଛି । ଏହି ଅବସରରେ ଭଞ୍ଜନଗରର ନବ ନିର୍ବାଚିତ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏବଂ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ଶିକ୍ଷକ ସରୋଜକାନ୍ତ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଶିକ୍ଷକ ନେତା ତ୍ରିନାଥ ପଟ୍ଟନାୟକ, ଶିକ୍ଷକ ସଂଘ ଉପଦେଷ୍ଟା ତଥା ଆଇନଜୀବୀ ରଜତ କୁମାର ଦାସ, ଏନ.ପି.ଏସ୍‌. ସଂଘର ସଭାପତି ଜଗଦୀଶ ନାୟକ, ଏକ୍ସ କ୍ୟାଡର ସଭାପତି ସୀମାଞ୍ଚଳ ପାତ୍ର ଯୋଗଦାନ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାରେ ବିଧାୟକ ମହୋଦୟ ତାଙ୍କର ଦୁଇ ବାଲ୍ୟ ଗୁରୁ ଶିବରାମ ନାୟକ ଏବଂ ଶରତ ଚନ୍ଦ୍ର ଦାଶଙ୍କୁ ସମ୍ବର୍ଦ୍ଧିତ କରି ଗୁରୁ-ଶିଷ୍ୟ ପବିତ୍ର ସଂପର୍କ ତଥା ପୂଜ୍ୟ-ପୂଜା ପରମ୍ପରାରର ଉଦାହରଣ ସୃଷ୍ଟି କରିଥିଲେ। ଉପସ୍ଥିତ ଅତିଥିମାନେ ପ୍ରାଥମିକ ଶିକ୍ଷକଙ୍କର ସମାଜ ପ୍ରତି ରହିଥିବା କର୍ତ୍ତବ୍ୟ, ଦାୟିତ୍ୱ ଓ ମୂଲ୍ୟବୋଧ ସମ୍ପର୍କରେ ନିଜନିଜର ଅଭିଭାଷଣ ରଖିଥିଲେ। ଏହି ପରିପ୍ରେକ୍ଷୀରେ ବିଧାୟକ ମହୋଦୟ ଭଞ୍ଜନଗର ବ୍ଲକର ପ୍ରାଥମିକ ଶିକ୍ଷାର ବିକାଶ ଓ ଶିକ୍ଷକ ମାନଙ୍କ ଅସୁବିଧା ଦୂର କରିବା ପାଇଁ ପ୍ରତିଶୃତି ଦେଇଥିଲେ। ସଭାର କାର୍ଯ୍ୟକ୍ରମକୁ ଶିକ୍ଷକ ଗଙ୍ଗାଧର ପଣ୍ଡା ଉପସ୍ଥାପନା କରିଥିବା ବେଳେ ଶିକ୍ଷକ ଦେବୀ ପ୍ରସାଦ ଦାଶ ସଂଯୋଜନା କରିଥିଲେ। ବହୁ ପ୍ରତିକ୍ଷିତ ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ବ୍ଲକର ସମସ୍ତ ଶିକ୍ଷକ ସଂଘ କର୍ମକର୍ତ୍ତା, ଶିକ୍ଷକ-ଶିକ୍ଷୟିତ୍ରୀ, ଆମନ୍ତ୍ରିତ ଅତିଥି ଓ ମିଡ଼ିଆ ବନ୍ଧୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଫଳପ୍ରଦ କରିବାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ