ମିଳିତ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

(ଯୁଗାବ୍ଦ ନ୍ୟୁଜ)ସ୍କୁଲ କୁ ସଠିକ ସମୟରେ ଯିବା ପରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏକତ୍ରିତ ହୋଇ ସେଲଫି ପଠାଇବାକୁ ବିରୋଧ କରି ଗଜପତି ଜିଲ୍ଲା ମିଳିତ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଆଗରେ ସମସ୍ତ ବର୍ଗର ଶିକ୍ଷକ ଓ ଶିକ୍ଷୟତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ଶିକ୍ଷା ଓ ସମାଜ ପ୍ରତି ଅପମାନ ନୁହେଁ ବରଂ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ପାଇଁ ଚାପ ପକାଇବ ବୋଲି ଅଭିଯୋଗ ଆଣିଥିଲ । ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ । ଯଦି ଏହି ଦାବି ପ୍ରତ୍ୟାହାର ଦିଗରେ ପଦକ୍ଷେପ ଗ୍ରହଣ କରିନେଲେ ଆଗାମୀ ଦିନରେ ଶିକ୍ଷକ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ