ମିଳୁନି କାଳିଆ ଟଙ୍କା : ବଢୁଛି ଚାଷୀ ଅସନ୍ତୋଷ

ହିଞ୍ଜିଳିକାଟୁ, ଶେଷଦେବ ସାହୁ): ଓଡ଼ିଶା ସରକାର ଚାଷୀ ମାନଙ୍କ ପାଇର୍ ପ୍ରଣୟନ କରିଛନ୍ତି କାଳିଆ ଯୋଜନା । ସାରା ରାଜ୍ୟର ଚାଷୀ, ଭାଗଚାଷୀ ଓ ଭୂମିହୀନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ୩ୟ ପର୍ଯ୍ୟାୟ ନାମ ପଂଜିକରଣ ଚାଲୁ ରହିଛି । ପ୍ରଥମ ପର୍ଯ୍ୟାୟରେ ପଂଜିକୃତ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ମିଳିବାକୁ ଥିବା ବେଳେ ଟଙ୍କା ଉଠାଣ ପାଇର୍ ହିଞ୍ଜିଳିକାଟୁ ସହର ସମେତ ଗ୍ରାମାଂଚଳର ଷ୍ଟେବ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁୁନିୟନ ବ୍ୟାଙ୍କ ଶାଖା ଗୁଡ଼ିକରେ ସକାଳ ୧୦ ଟାରୁ ଅପରାହ୍ନ ପ୍ରାୟ ୪ ଟା ପର୍ଯ୍ୟନ୍ତ ବ୍ୟାଙ୍କ ସମ୍ମୁଖରେ ଚାଷୀ ମାନଙ୍କ ଲମ୍ବା ଲାଇନ ଲାଗି ରହିଥିବାର ଦେଖିବାକୁ ମିଳୁଛି । ଅନେକ ଲୋକ ଟଙ୍କା ପାଇବା ଆଶାରେ ପ୍ରତିଦିନ ବ୍ୟାଙ୍କକୁ ଆସି ଫେରୁଥିବାର ଦେଖିବାକୁ ମିଳୁଛି । ବହୁ ଚାଷୀ ମାନଙ୍କ ମୋବାଇଲ ଫୋନକୁ କାଳିଆ ଯୋଜନାରେ ଟଙ୍କା ଆସିଥିବାର ମେସେଜ ଆସିଥିବାର ଦେଖି ବ୍ୟାଙ୍କକୁ ଟଙ୍କା ଉଠାଣ ପାଇଁ ଆସିଥିବା ବେଳେ ଖାତାରେ ଟଙ୍କା ଆସିନଥିବାର ଦେଖିବାକୁ ମିଳୁଛି । ଫଳରେ ଚାଷୀ ମାନଙ୍କମଧ୍ୟରେ ଅସନ୍ତୋଷ ଭାବ ଜାଗି ଉଠୁଛି । କିଛି ଚାଷୀ ବାରମ୍ବାର ବ୍ୟାଙ୍କକୁ ଆସି ଟଙ୍କା ନପାି ନିରାଶାରେ ଫେରୁଥିବା ଦେଖିବାକୁ ମିଳିଛି । ସରକାର ମିଛ ପ୍ରତିଶୃତି ଦେଇ ସାଧାରଣ ଜନତାଙ୍କଠାରୁ ଭୋଟ ହାତେଇବା ଆଶାରେ ଏସବୁ ନାଟକ କରୁଥିବା ନେଇ କିଛି ଚାଷୀ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ