ରାସ୍ତାରେ ପାର୍କିଂ : ବଢୁଛି ଟ୍ରାଫିକ ସମସ୍ୟା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଂଚଳରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଗୁରୁତର ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଖୋଲାଖୋଲି ଭାବେ ସଡ଼କ ନିୟମକୁ ଉଲଘଂନ କରି ରାସ୍ତାରେ ପାର୍କିଂ କରାଯଉଛି । ଏଥିଯୋଗୁଁ ସହର ମଧ୍ୟରେ ଟ୍ରାଫିକ ସମସ୍ୟା ବିପର୍ଯ୍ୟସ୍ତ ହୋଇପଡ଼ିଛି । ବିଶେଷକରି ସହରର ମୁଖ୍ୟ ଛକ ଗୁଡ଼ିକରେ ଏଭଳି ପରିସ୍ଥିତ ସୃଷ୍ଟି ହେଉଛି । ହେଲେ ସମସ୍ୟାର ସମାଧାନ କରାଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଟ୍ରାଫିକ ସମସ୍ୟା ସୁଧାରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିସିଟିଭି କ୍ୟାମେରା ଓ ଟ୍ରାଫିକ ପୋଲିସ ମୃତୟନ କରାଯାଉଛି । ପରିତାପର ବିିଷୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ହିଞ୍ଜିଳିକାଟୁ ପୌରାଂଚଳରେ ଟ୍ରାଫିକ ବ୍ୟବସ୍ଥା ସ୍ଥିତି ଗମ୍ଭୀର ହୋଇଥିବା ସତ୍ୱେ କୌଣସି ପ୍ରକାର ପଦକ୍ଷେପ ଗଅହଣ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୌରାଂଚଳର ମୁଖ୍ୟ ରାସ୍ତା ବଇଁଚବଣିଆ ଛକ ଠାରୁ ଆରଏମସି ଛକ ପର୍ଯ୍ୟନ୍ତ ସଦାସର୍ବଦା ଜନଗହଳି ପୂର୍ଣ୍ଣ ହୋଇ ରହୁଛି । ସହରର ବଇଁଚବଣିଆ, କୋର୍ଟ ଛକ, ଲକ୍ଷ୍ମୀ ବଜାର, ବିଜୁ ପଟ୍ଟନାୟକ ଛକ, ଅସ୍ଥାୟୀ ବସଷ୍ଟାଣ୍ଡ, ବ୍ଳକ ଛକରେ ଟ୍ରାଫିକ ସମସ୍ୟା ଗୁରୁତର ରହିଥିବା ବେଳେ ଉକ୍ତ ସ୍ଥାନ ମାନଙ୍କରେ ଟ୍ରାଫିକ ପାଇର୍ କୌଣସି ବ୍ୟବସ୍ଥା କରାଯାଇନାହିଁ । ପ୍ରତିଦିନ ଲୋକଙ୍କ ଗହଳି ସାଙ୍ଗକୁ ଶହଶହ ଗାଡ଼ି ମୋଟର ଯାତାୟତ କରିଥାନ୍ତି । ସ୍ଥାନୀୟ ସହରର ମୁଖ୍ୟ ରାସ୍ତା ତଥା ୫୯ ନଂ ଜାତୀୟ ରାଜପଥର ଉଭୟ ପ୍ୱାଶ୍ୱର୍ରେ ବହୁ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟ ରହିଛି । ରାତି ପାହିଲେ ସ୍ଥାନୀୟ ସହର ସମେତ ନିକଟବର୍ତି ଅଂଚଳର ବହୁ ଜନସାଧାରଣ ବାଣିଜ୍ୟ କାରବାର ସକାଶେ ହିଞ୍ଜିଳିକାଟୁ ସହରକୁ ଆସିଥାନ୍ତି ଏବଂ ନିଜ ନିଜର ଗାଡ଼ି ମୋଟରକୁ ବେଆଇନ ଭାବେ ମନଇଛା ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ପାର୍କିଂ କରିଥାନ୍ତି । ସ୍ଥାନୀୟ ସହର ମଧ୍ୟରେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନକୁ ପାର୍କିଂ ଭାବେ ରହିନଥିବା ଯୋଗୁଁ ବହୁ ସମୟରେ ଜାତୀୟ ୪ ଓ ୬ ଚକିଆ ଗାଡ଼ି ଗୁଡ଼ିକ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ଘଂଟା ଘଂଟା ଧରି ବେଆଇନ ଭାବେ ପାର୍କିଂ କରିଥାନ୍ତି । ଯ ଦ୍ୱାରା ସହର ମଧ୍ୟରେ ଯାନବାହନ ଚଳାଚଳରେ ଅସୁବିଧା ଦେଖାଦେବା ସହ ସହର ମଧ୍ୟରେ ଗୁରୁତର ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି । ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ସହର ଉପକଣ୍ଡ ମେଡ଼ିକାଲ ଛକରେ ଏକ ଟ୍ରାକ୍ଟର ବେଆଇନ ଭାବେ ପ୍ରାୟ ୪୦ ମିନଟ ଧରି ଜାତୀୟ ରାଜପଥ ଉପରେ ପାର୍କିଂ କରିଥିବାରୁ ଜାତୀୟ ରାଜପଥର ଉଭୟ ପ୍ୱାଶ୍ୱର୍ରେ ବହୁ ଯାନବାହାନ ସମେତ ୧୦୮ ଓ ୧୦୨ ଆମ୍ବୁଲାନ୍ସ ଅଟକି ରହିଥିଲା । ଖବରା ପାଇ ପୋଲି ଘଟଣା ସ୍ଥଳରେ ପଂହଚି ରାସ୍ତା ଅବରୋଧ କରିଥିବା ଟ୍ରାକ୍ଟର ଓ ଚାଳକଙ୍କୁ ଥାନକୁ ଆଣିଥିଲା । ଜୋରିମାନା ଆଦାୟ ପରେ ଟ୍ରାକ୍ଟରକୁ ଛଡ଼ାଯାିଥିବା ଜଣାପଡ଼ିଛି । ପ୍ରକାଶ ଥାଉକି, ଗତ ୨୦୦୭ ମସିହାରେ ସହରରେ ଟ୍ରାଫିକ ନିୟନ୍ତ୍ରଣ ସକାଶେ ୨ ଜଣ ଟ୍ରାଫିକ କନେଷ୍ଟବଳଙ୍କୁ ନିଯୁକ୍ତି ଦିଆଯାଇଥିଲା । ୨୦୧୦ ମସିହାରେ କାର୍ଯ୍ୟରତ ୨ ଜଣ ଟ୍ରାଫିକ କନେଷ୍ଟବଳଙ୍କ ମଧ୍ୟରୁ ଜଣେ ଟ୍ରାଫିକ କନେଷ୍ଟବଳ ପଦୋନ୍ନତି ପାଇ ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ବେଳେ ୨୦୧୨ ମସିହାରେ ଅନ୍ୟ ଜଣେ ଟ୍ରାଫିକ କନେଷ୍ଟବଳଙ୍କୁ ମଧ୍ୟ ପ୍ରତ୍ୟାହାର କରାଯାଇଥିଲା । ଦିନକୁ ଦିନ ସ୍ଥାନୀୟ ସହରାଂଚଳରେ ଗାଡ଼ି ମୋଟର ସଂଖ୍ୟା ବହୁଳ ପରିମାଣରେ ବଢି ଚାଲିଥିବା ବେଳେ ଟ୍ରାଫିକ ବ୍ୟବସ୍ଥା ନଥିବା ଯୋଗୁଁ ସ୍ଥାନୀୟ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଭାବ ପ୍ରକାଶ ପାଇଛି । ଏ ଦିଗରେ ପୋଲିସ ବିଭାଗୀୟ ମୁଖ୍ୟ ଦୃଷ୍ଟି ଦେଇ ସହରରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଆବଶଞକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ