ମିଶନଶକ୍ତି ଓ ଓଡିଶା ଜୀବିକାମିଶନର ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ
କେନ୍ଦ୍ରାପଡା – ଜିଲ୍ଲା ମିଶନଶକ୍ତି ସେଲ ଆନୁକୁଲ୍ୟରେ ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ଓଡିଶା ଜୀବିକା ମିଶନ ଓ ମିଶନଶକ୍ତିର ଏକ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ବର୍ମା ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଜିଲ୍ଲାର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକର ଆଧାର ସେଡିଂ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ରାଜ୍ୟ ସ୍ତରିୟ ମିଶନଶକ୍ତି ମେଳାକୁ ଜିଲ୍ଲାରୁ ୧୦ଟି ସ୍ୱୟଂ ସହାୟିକା ଗୋଷ୍ଠି ସେମାନଙ୍କ ଉତ୍ପାଦନ ସାମଗ୍ରୀ ନେଇ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲାପାଳଙ୍କୁ ସୁଚନା ଦିଆଯାଇଥିଲା । ଡିସେମ୍ବର ୧୫ତାରିଖ ସୁଦ୍ଧା ଜିଲ୍ଲାର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ଲିଙ୍କେଜ ଋଣ ପ୍ରଦାନ କରାଯିବା, ଲାଭଦାୟକ ଆୟ ଯୋଜନା(ପି.ଇ.ଜି.)ରେ ଜିଲ୍ଲାର ପ୍ରତ୍ୟେକ ବ୍ଲକର ଅନ୍ୟୁନ ଗୋଟିଏ ସ୍ୱୟଂ ସହାୟିକା ଗୋଷ୍ଠିକୁ ସଂଶ୍ଳିଷ୍ଟ କରାଯାଇ ସେମାନଙ୍କ ଆୟ ବୃଦ୍ଧି ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଓ ମିଶନଶକ୍ତି ଏବଂ ଓଡିଶା ଜୀବିକା ମିଶନ ସମ୍ମିଳିତ ଭାବେ ଜିଲ୍ଲାର ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକର ବିକାଶ ପାଇଁ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଶ୍ରୀ ବର୍ମା ପରାମର୍ଶ ଦେଇଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡି.ଆର.ଡି.ଏ. ପି.ଡି.ଦିଲ୍ଲିପ କୁମାର ପରିଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଚିନ୍ମୟୀ ରଥ,ଜିଲ୍ଲା ମିଶନଶକ୍ତି ପରିଚାଳକ କୈଳାସ ଚନ୍ଦ୍ର ସେନାପତି,ଜୀବିକା ମିଶନର ଜିଲ୍ଲା ପରିଚାଲିକା ସତ୍ୟଭାମା ପ୍ରଧାନ,ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ସୁନିଲ ପୁରୋହିତ, ସିଡିପିଓ, ସୁପରଭାଇଜର, ଜୀବିକାମିଶନ ଓ ମିଶନଶକ୍ତିର ବ୍ଲକ ପରିଚାଳକ ଓ ସଂଯୋଜକମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।