ମିଶନ “ଘରକୁ ଚାଲ” ପୂର୍ଣ୍ଣମାତ୍ରାରେ ଚାଲିଛି

ନୂଆଦିଲ୍ଲୀ ; ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦାଦନ ଶ୍ରମିକ, ତୀର୍ଥଯାତ୍ରୀ, ପର‌୍ୟ୍ୟଟକ, ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଜନସାଧାରଣଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଭାରତୀୟ ରେଳବାଇ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଥିଲା । ମେ’ ୧୫ ମଧ୍ୟରାତ୍ର ସୁଦ୍ଧା ରେଳବାଇ ପକ୍ଷରୁ ଦେଶବ୍ୟାପୀ ୧୦୭୪ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଚଳ କରିଥିଲା । ଏହି ସମୟ ମଧ୍ୟରେ ଅଟକି ରହିଥିବା ପ୍ରାୟ ୧୪ ଲକ୍ଷ ଲୋକଙ୍କୁ ସେମାନଙ୍କ ନିଜ ରାଜ୍ୟରେ ପହଞ୍ଚାଯାଇଛି । ସୂଚନା ଯୋଗ୍ୟ ଯେ, ଗତ ୩ ଦିନ ମଧ୍ୟରେ ଦିନକୁ ୨ ଲକ୍ଷରୁ ଊର୍ଦ୍ଧ୍ଵ ବ୍ୟକ୍ତି ଏହି ଟ୍ରେନ ଯୋଗେ ଯାତ୍ରା କରିଛନ୍ତି । ଆଗାମୀ ଦିନଗୁଡିକରେ ଦିନ ପିଛା ଏହି ସଂଖ୍ୟା ୩ ଲକ୍ଷ ଟପିବା ଆଶା କରାଯାଉଛି ।
ଏହି ୧୦୭୪ଟି ଶ୍ରମିକ ସ୍ପେଶାଲ ଟ୍ରେନ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ଗୁଜରାଟ, ହରିୟାଣା, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା, କର୍ଣ୍ଣାଟକ, କେରଳ, ଗୋଆ, ଝାଡଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ବିହାର ରାଜ୍ୟଗୁଡିକରୁ ଚଳାଚଳ କରିଛି । ଏହି ଶ୍ରମିକ ସ୍ପେଶାଲ ଟ୍ରେନଗୁଡିକ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଛତିଶଗଡ, ହିମାଚଳପ୍ରଦେଶ, ଜମ୍ମୁ-କଶ୍ମୀର, ଝାଡଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମିଜୋରାମ, ଓଡିଶା, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା, ତ୍ରିପୁରା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ଇତ୍ୟାଦି ରାଜ୍ୟ ପର‌୍ୟ୍ୟନ୍ତ ଯାତ୍ରା କରିଛି । ଯାତ୍ରା ପୂର୍ବରୁ ଯାତ୍ରୀମାନଙ୍କ ଯାଞ୍ଚ କରାଯାଇଛି । ଯାତ୍ରାକାଳରେ ସେମାନଙ୍କୁ ମାଗଣା ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ