ମିଶନ ଶକ୍ତିର ମହିଳା ମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ…

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଗ୍ରାମ ଠାରେ  ମଙ୍ଗଳବାରଦିନ ଏମବିକେ, ସିଆରପିସ୍ ଓ ଏସ୍ଏଚଜି ମହିଳାମାନଙ୍କ ଲାଗି ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ଟାଇକୋଣ୍ଡ ଏକାଡେମୀ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମହାପାତ୍ରଙ୍କ ପରିଚାଳନାରେ ମହିଳାଙ୍କୁ ଏହି ତାଲିମ ପ୍ରଦାନ କରାଯାଇଥିଲା । ବ୍ଳକର ସମସ୍ତ ପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସମେତ ମିଶନ ଶକ୍ତିରେ କାର୍ଯ୍ୟରତ ଏମଵିକେ ଓ ସିଆରପି ମାନେ ପ୍ରାୟ ୪୨ଜଣରୁ ଉର୍ଦ୍ଧ ତାଲିମ ଶିବିରରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ଜୀବିକା ମିଶନର ବିପିଏମ୍ ଓ ଅନ୍ୟ କର୍ମଚାରୀ ମାନଙ୍କ ଉପସ୍ଥିତିରେ ଉକ୍ତ ତାଲିମ ପ୍ରଦାନ କରଯାଇଥିଲା । ଏହିଭଳି କାର୍ଯ୍ୟକ୍ରମ ମହିଳାଙ୍କୁ ଅନେକ ସାହାସ ଯୋଗାଇବ ବୋଲି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି । ମହିଳା ମାନଙ୍କୁ ସଶକ୍ତିକରଣ କରିବା, ମହିଳା ମାନଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି କରି ସମାଜରେ ସେମାନଙ୍କୁ ମୁଖ୍ୟସ୍ରୋତରେ ଆଣିବା ସାଙ୍ଗକୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରି କିପରି ମହିଳା ମାନେ ନିଜ ସୁରକ୍ଷା ନିଜେ କରି ପାରିବେ ବୋଲି ଗୁରୁତ୍ୱ ଦିଆଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ