ମିଶନ ଶକ୍ତି କାଫେକୁ ବୁଲି ଦେଖିଲେ ବ୍ରହ୍ମପୁର ସାଂସଦ ଓ ଛତ୍ରପୁର ବିଧାୟକ

ଛତ୍ରପୁର, (ଦେବଦତ୍ତ ମହାରଣା):ମିଶନ ଶକ୍ତିର ମହିଳା ମାନଙ୍କୁ ସଶକ୍ତିକରଣ କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଥିବା ବେଳେ ସେମାନଙ୍କୁ ବିଭିନ୍ନ ସ୍ତରରେ ସାମିଲ କରି ସ୍ୱାବଲମ୍ବୀ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗତ ୪ ତାରିଖ ଦିନ ସ୍ଥାନୀୟ ଜିଲ୍ଲାପରିଷଦ କାର୍ଯ୍ୟାଳୟ ପରିସରରେ ଥିବା ମିଶନ ଶକ୍ତି କାଫେକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ରିବନ କାଟି ଶୁଭ ଉଦଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ରବିବାର ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉକ୍ତ ମିଶନ ଶକ୍ତି କାଫେକୁ ପରିଦର୍ଶନ କରି ସେଠାରେ ମିଶନ ଶକ୍ତି ମହିଳା ମାନଙ୍କ ହାତ ତିଆରି ସାଣ୍ଡୱିଚ୍ ଓ କଫି ପିଇବା ସହିତ ନିଜେ ବିଲ୍ ପୈଠ କରିଥିଲେ । ଉଭୟଙ୍କ ପରିଦର୍ଶନ ବେଳେ ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ବିପୁଳିଙ୍ଗି ସରପଂଚ ହୀନା ସେଠୀ, ଲକ୍ଷବଚ୍ଚ ସେଠୀ, ଯୁବ ବିଜେଡିର ଜିଲ୍ଲା ସମ୍ପାଦକ ରାଜେଶ ମହାରଣା, ଯୁବ ବିଜେଡି ଛତ୍ରପୁର ବ୍ଲକ ଉପସଭାପତି କାହ୍ନୁ ଚରଣ ବେହେରା, ଯୁବ ବିଜେଡି ର ଛତ୍ରପୁର ର ଡିଜିଟାଲ ସେକେଟ୍ରାରୀ ଟିକିନା ଗୈାଡ, ଯୁବ ନେତା ସୁରେଶ ଦାଶ, ଛତ୍ରପୁର ଏନଏସିର ୧୦ନଂ ୱାର୍ଡ କାଉନସିଲର ଦେବାଶିଷ ମିଶ୍ର, ଆଇନଜୀବି ପ୍ରଶାନ୍ତ କୁମାର ଶତପଥି ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ