ମିଷ୍ଟର ଆନ୍ଧ୍ର ବିଶାଖାରେ ପ୍ରଥମ ସ୍ଥାନ ପାଇଲେ ଗଜପତିର ସୁନୀଲ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଠାରେ ଆୟୋଜିତ ବଡି ବିଲଡିଂ ପ୍ରତିଯୋଗିତାରେ ଗଜପତି ଜିଲ୍ଲାରୁ ସୁନୀଲ ପ୍ରଥମ ସ୍ଥାନ ଅଧିକାର କରିଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ହାଡୁଭାଙ୍ଗି ଗ୍ରାମର ଯୁବକ ସାଲ୍ଲା ସୁନୀଲ କୁମାର ଏହି ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଛନ୍ତି, ସେ କାଶୀନଗର ବ୍ଲକ ତଥା ଗଜପତି ଜିଲ୍ଲାର ଟେକ ରଖିଛନ୍ତି ।କାଶୀନଗର ବ୍ଲକ ର ହାଡୁଭାଙ୍ଗି ଗ୍ରାମ ର ସାଲ୍ଲା ଆପ୍ପାରାଓ ଙ୍କ ପୁଅ ସାଲ୍ଲା ସୁନୀଲ କୁମାର ଜଣେ ରେଳ ବିଭାଗର ଡ୍ରାଇଭର ଭାବେ କାର୍ଯ୍ୟ କରୁଛନ୍ତି । ସେ ବର୍ତମାନ ଓଡିଶାର ରାୟଗଡା ଠାରୁ ବିଶାଖାପାଟଣା ଯାଉଥିବା ଟ୍ରେନରେ ଡ୍ରାଇଭର ଭାବେ କାର୍ଯ୍ୟ କରି ଆସୁଛନ୍ତି. ସପରିବାର ସହ ବିଶାଖାପାଟଣାରେ ଏମାନେ ରହୁଥିଲେ ସୁଦ୍ଧା , ସେଗଜପତି ଜିଲ୍ଲାର ହାଡୁଭାଙ୍ଗି ଗ୍ରାମର ମୂଳ ବାସିନ୍ଧା ଅଟନ୍ତି । ତାଙ୍କର ଏହି କୃତିତ୍ୱ ପାଇଁ ହାଡୁଭାଙ୍ଗି ଗ୍ରାମରେ ଆନନ୍ଦର ଲହରୀ ଖେଳିଯାଇଛି । ମିଷ୍ଟର ବିଶାଖା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ହାଡୁଭାଙ୍ଗିର ପୂର୍ବତନ ସରପଞ୍ଚ ପରିଡି ବାବୁ ରାଓଙ୍କ ସମେତ ଅଞ୍ଚଳବସି ସୁନୀଲଙ୍କୁ ଶ୍ରୀ ସୁନୀଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।