ମିସେସ୍ ଇଣ୍ଡିଆ-୨୦୧୯ ପ୍ରତିଯୋଗିତାର ଅଡ଼ିଶନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ): ବିୟୁଟି ପିଜାଂଟ୍ ଏଆର୍( ଆଶିଶ୍ ରାୟ)ମିସେସ୍ ଇଣ୍ଡିଆ ୨୦୧୯ ପ୍ରତିଯୋଗିତାର ଅଡିଶନ୍ ଓଡ଼ିଶାର ଭୁବନେଶ୍ୱର ସ୍ଥିତ ୟୁନିଟ୍-୩ ଖାରବେଳ ନଗର ଜନପଥ ଶ୍ରୀୟା ଟକିଜ୍ ରୋଡ୍ରେ ଥିବା ହୋଟେଲ ହିନ୍ଦୁସ୍ଥାନ ଇଂଟରନ୍ୟାସନାଲରେ ଅନୁଷ୍ଠିତ ହୋଇଯାଇଛି । ଆବେଦନ କରିଥିବା ପ୍ରତିଯୋଗୀମାନେ ଏଆର୍ ଏଂଟଟ୍ରେନ୍ମେଂଟ୍ ଗ୍ରୁପ୍ ର ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତା ପୂର୍ବରୁ ଲକ୍ଷେ୍ନø, ପୁଣେ, ଦିଲ୍ଲୀ, କୋଲକାତା, ଗୌହାଟି, ଜୟପୁର, ଚଣ୍ଡିଗଡ଼, ଡେରାଡୁନ, ଗୁରୁଗ୍ରାମ, ଉଦୟପୁର, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ, ପାଟନା ଓ ରାଂଚି ପ୍ରଭୃତି ସ୍ଥାନରେ ଅନୁଷ୍ଠିତ ହୋଇ ସାରିଛି । ଏବେ ଏହା ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି । ଏହାପରେ ଜଳନ୍ଧର, ଭୋପାଳ, ଚେନ୍ନାଇ, ଗୋଆ ଆଦିଠାରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ଅଡିଶନରେ ବଲିଉଡ ତଥା ଟେଲିଭିଜନ ଅଭିନେତ୍ରୀ ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରକୃତି ମିଶ୍ର, ଟେଲିଭିଜନ ଅଭିନେତା ରେହାନ ରାୟ, ଟେଲିଭିଜନ ଅଭିନେତ୍ରୀ ଶିନ୍ ଦାସ, ଟେଲିଭିଜନ ଅଭିନେତ୍ରୀ ଶିୱାନୀ ଚକ୍ରବର୍ତୀ ଏବଂ ଟିଭି ଉପସ୍ଥାପକ ଆଲୋକ ନରୁଲା ଆଦି ବିଚାରକ ମଣ୍ଡଳୀରେ ଉପସ୍ଥିତ ଥିଲେ । ବିୟୁଟି ପିଜାଂଟ୍ ଏଆର୍ ମିସେସ୍ ଇଣ୍ଡିଆ ୨୦୧୯ ପ୍ରତିଯୋଗିତାର ଅଡିଶନରେ ଭୁବନେଶ୍ୱରର ୧୫ରୁ ଅଧିକ ମହିଳା ଅଂଶଗ୍ରହଣ କରିଥିଲେ । ପ୍ରଥମ ଇଂଟ୍ରଡୋକ୍ଟରି ରାଉଣ୍ଡରେ ସମସ୍ତ ପ୍ରତିଯୋଗୀ ର୍ୟାମ୍ପରେ ଚାଲିବା ସହିତ ନିଜର ପରିଚୟ ପ୍ରଦାନ କରିଥିଲେ । ଏହା ସହିତ ଚୟନକର୍ତାଙ୍କ କିଛି ପ୍ରଶ୍ନର ଉତର ମଧ୍ୟ ସେମାନେ ଦେଇଥିଲେ । ଏହାପରେ ଦ୍ୱିତୀୟ ଟ୍ୟାଲେଂଟ୍ ରାଉଣ୍ଡରେ ପ୍ରତିଯୋଗୀ ନିଜର ନୃତ୍ୟ ଗୀତ ତଥା ଅଭିନୟ ପ୍ରତିଭାର ପରିଚୟ ଦେଇଥିଲେ । ସେହିପରି ତୃତୀୟ ରାଉଣ୍ଡରେ ଚୟନକର୍ତା ପ୍ରତିଯୋଗୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ତାଙ୍କର ସୃଜନଶୀଳତା ଏବଂ ବିଶ୍ୱାସନୀୟତା ତଥା ଇଛାଶକ୍ତିର ଆକଳନ କରିଥିଲେ ।


