ନବନିଯୁକ୍ତ ମନ୍ତ୍ରୀମାନଙ୍କ ସହ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘର ଆଲୋଚନା

ଭୁବନେଶ୍ୱର: (ଯୁଗାବ୍ଦ ନ୍ୟୁଜ)- ଜନ ପ୍ରତିନିଧି ତଥା ଜନତାଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ, ବିଭିନ୍ନ ଜନହିତକାରୀ ସମାସ୍ୟା କୁ ଜନପ୍ରତିନଧିଙ୍କ ଗୋଚରାର୍ଥେ ଆଣି ତହାର ଆଶୁ ସମାଧାନ, ସଂଗଠନିକ ଦକ୍ଷତା ବୃଦ୍ଧି ଇତ୍ୟାଦିକୁ ଦୃଷ୍ଟିରେ ରଖି ରାଜ୍ୟର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ଏକ ଅଭିନବ କାର୍ଯ୍ୟକ୍ରମ ମାଧ୍ୟମରେ ନବନିର୍ବାଚିତ ମାନ୍ୟବର ଜନ ପ୍ରତିନିଧି ତଥା ନବନିଯୁକ୍ତ ମନ୍ତ୍ରୀମାନଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ନେଇଛନ୍ତି । ଏହି କ୍ରମରେ ସଂଘର ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ସଂଘର ଏକ ପ୍ରତିନିଧି ଦଳ ରାଜ୍ୟ ପର୍ଯ୍ୟଟନ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କୃଷି, ମତ୍ସ୍ୟ, ପଶୁସମ୍ପଦ ଓ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ, ପଞ୍ଚାୟତିରାଜ, ଆଇନ, ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ବିଜ୍ଞାନ ଓ ପ୍ରଯୁକ୍ତ ବିଦ୍ୟା, ତଥା ସମନ୍ୱୟ ବିଭାଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମଧ୍ୟର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ତଥା ଭୁବନେଶ୍ୱର ଉତ୍ତରର ବିଧାୟକ ଶ୍ରୀ ସୁସାନ୍ତ କୁମାର ରାଉତଙ୍କୁ ଭେଟି ସଂଘ ତରଫରୁ ଉତ୍ତରୀୟ, ପୁଷ୍ପଗ୍ୁଚ୍ଛ ଓ ସଂଘର ପ୍ରଚାର ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଅଞ୍ଚଳର ବିଭିନ୍ନ ସମାସ୍ୟା ତଥା ଅନ୍ୟାନ୍ୟ ବିଷୟ ଉପରେ ଅବଗତ କରିଥିଲେ । ଉତ୍ତରରେ ମାନ୍ୟବର ମନ୍ତ୍ରୀ ତଥା ବିଧାୟକ ବୃନ୍ଦ ସଂଘର ଏହି ଆଭିମୁଖ୍ୟକୁ ପ୍ରଶଂସା କରିବା ସହ ଅଞ୍ଚଳର ସମାସ୍ୟା ଉପରେ ଦୃଷ୍ଟି ଦିଆଯବା ଉପରେ ଗୁରୁତ୍ୱାରୋପ କରିବା ସହ ସେ ସବୁର ସମାଧାନ କ୍ଷେତ୍ରରେ ଯୁବ ଗୋଷ୍ଠୀର ଭୂମିକା ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ ବୋଲି ଅବିିହିତ କରିଥିଲେ । ପ୍ରତିନିଧି ମଣ୍ଡଳରେ ସଂଘର ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ(ସିଲୁ), ସଭ୍ୟ ଶିଶିର କୁମାର ମହାରଣା. ବଟକୃଷ୍ଣ ପଣ୍ଡା, ଆଲୋକ ପରିଡା, କୁମର ବାରିକ, ଅର୍ଜୁନ ଦେହୁରୀ, ଗଦାଧର ପ୍ରସାଦ ରଥ ପ୍ରମୁଖ ସାମିଲ ହୋଇଥିଲେ । ଏହିପରି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ସଂଘ ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ