ମିସ୍ ଇଣ୍ଡିଆ ରନର୍ସ ଅପ୍ ପ୍ରିୟଙ୍କାଙ୍କୁ ପାରଳାରେ ନାଗରିକ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ନିକଟରେ ଗ୍ଲିଟର୍ସ ପାଜିଏଣ୍ଟ ଦ୍ୱାରା ଆୟୋଜିତ ପ୍ରତିଯୋଗୀତାରେ ଗଜପତି ଜିଲ୍ଲାର ପ୍ରିୟଙ୍କା ସାହୁ ମିସ ଇଣ୍ଡିଆ ରନର୍ସ ଅପ୍ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ଏହି ଅବସରରେ ସ୍ଥାନୀୟ ହିତୈଷିଣୀ ସମାଜର ସମ୍ମିଳନୀ କକ୍ଷଠାରେ ତାଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିରେ ସେଞ୍ଚୁରିୟନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ସୁନୀତା ପାଣିଗ୍ରାହୀ ପ୍ରିୟଙ୍କା ପାଇଥିବା ମୁକୁଟକୁ ପିନ୍ଧାଇଥିଲେ । ନିଜ ବିଦ୍ୟାଳୟର +୨ଛାତ୍ରୀ ହିସାବରେ ଅନ୍ୟମାନଙ୍କୁ ପ୍ରେରଣା ସହ ତାଙ୍କର ବିରଳ କୃତିତ୍ୱ ଯୁବପୀଢିଙ୍କ ପାଇଁ ଆଦର୍ଶ ଅଭିହିତ କରିଥିଲେ । ପ୍ରିୟଙ୍କାଙ୍କ ମା ପ୍ରେମଲତାଙ୍କ ଉତ୍ସାହ ଓ ପିତା ଅଶୋକଙ୍କ ଆଶୀର୍ବାଦ ଏ ଦିଗରେ ପ୍ରିୟଙ୍କାଙ୍କ ସଫଳତାର ଶ୍ରେୟ ଦେଇଥିଲା । ଏହି ସମାବେଶରେ ଗଜପତି ଜିଲ୍ଲାର ସାମ୍ବାଦିକମାନେ ଯୋଗଦାନ କରିଥିଲେ । ଏହାକୁ ଭାଗବତ ପାଢୀ ସଂଯୋଜନା କରିଥିଲେ ।