ମୀରାମ୍ବିକା ପକ୍ଷରୁ ‘ପେପର ବ୍ୟାଗ୍’ ଅଭିଯାନ
କଟକ, (ଯୁଗାବ୍ଦ ନ୍ୟଜ) : ଓର୍ମାସ ସହଯୋଗରେ ମୀରାମ୍ବିକା ତରଫରୁ ‘ପେପର ବ୍ୟାଗ୍’ ପ୍ରଶିକ୍ଷଣ ଶିବିର, ପ୍ୟାକେଜିଂର ମୂଲ୍ୟବୋଧ ଏବଂ ପରିବେଶ ଅନୁକୂଳ ପ୍ୟାକେଜିଂ ଜିନିଷପତ୍ରର ପ୍ରଶିକ୍ଷଣ ଶିବିର କଟକ ବାଲିଯାତ୍ରାରେ ଆୟୋଜିତ ପଲ୍ଲୀଶ୍ରୀ ମେଳାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ‘ଓର୍ମାସ’ର ଯୁୂଗ୍ମ କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ରାଉତ ଏବଂ ଆମ ଗାଁ, ଆମ ମା’, ଆମ ମୀରାମ୍ବିକା’ର ପ୍ରତିଷ୍ଠାତା ଜୀବନଜ୍ୟୋତି ବାରିକ ଯୋଗ ଦେଇ ସ୍ୱୟଂ ସହାୟିକା ମାଆମାନଙ୍କୁ ପେପର ବ୍ୟାଗ୍ ପ୍ରସ୍ତୁତି, ଆବଶ୍ୟକତା ଓ ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ । ଶିବିରରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଅନ୍ୟୁନ ୨୫୦ଜଣ ମହିଳାମାନଙ୍କୁ ସାମିଲ୍ କରାଯାଇଥିଲା । ଓର୍ମାସ ଓ ମୀରାମ୍ବିକାର ମିଳିତ ସହଯୋଗରେ ଏହି ଶିବିରରେ ପ୍ରସ୍ତୁତ ପେପର୍ ବ୍ୟାଗ ରାଜର ପ୍ରାୟ ତିରିଶ ଲକ୍ଷ ମହିଳାଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରାଯାଇପାରିଛି ।