ମୁଁ ହେବି ହିରୋଇନ୍‌

ଏକ୍ସେଲ ମୁଭିଜର ୮ମ ଅବଦାନରେ ରବୀନ୍ଦ୍ର ପଣ୍ଡାଙ୍କ ପ୍ରଯୋଜନାରେ ନିର୍ମାଣ ଚାଲିଛି ଓଡ଼ିଆ ଚଳଚ୍ଚିତ୍ର ‘କିଏ ହେବ ମୋ ହିରୋଇନ୍‌’ । ଏକ ଅଡିସନର ଶୀର୍ଷକକୁ ବୁଝାଉଥିବା ଏହି ସିନେମା ଶୀର୍ଷକଟି ଭାରି ଇଣ୍ଟରେଷ୍ଟିଙ୍ଗ ରହିଛି । ଏଠି ହିରୋଇନ୍ ଖୋଜା ପଡ଼ିଥିବା ବେଳେ ହଠାତ୍ ଜଣେ ନବାଗତା ନାୟିକାଙ୍କ ଦର୍ଶନ ମିଳିଛି । ଆଉ ସେ କହିଛନ୍ତି, ମୁଁ ହେବି ହିରୋଇନ୍ । ସେ ହେଉଛନ୍ତି ସୋନମ ଦାଶ । ଭାଗ୍ୟକୁ ସେ ହିଁ ସିନେମାର ଅନ୍ୟତମ ପ୍ରମୁଖ ନାୟିକା ସାଜିଛନ୍ତି । ଏକ ତିନିକୋଣିଆ ପ୍ରେମକୁ ଆଧାର କରି ତୃତୀୟ ଲିଙ୍ଗୀ ସମାଜ ସହିତ କାହାଣୀକୁ ଯୋଡ଼ା ଯାଇଛି, ଯାହା ରିଲିଜ ପରେ ହିଁ ପୁରା କଥା ଜଣାପଡ଼ିବ । ବର୍ତ୍ତମାନ ସିନେମାର ସୁଟିଂ ନେଇ ସୋନମ ପୁରା ବ୍ୟସ୍ତ ରହିଛନ୍ତି । ଅଭିନେତ୍ରୀ ହେବାକୁ ଇଚ୍ଛା ରଖି ଏହି ଦୁନିଆରେ ପାଦ ଦେଇଥିଲେ ବ୍ରହ୍ମପୁରରର ସୁଧାକର ଓ ରେଖା ଦାଶଙ୍କ ଝିଅ ସୋନମ । ପରେ ଦୁଇଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯାହା ଏପର୍ଯ୍ୟନ୍ତ ରିଲିଜ ହୋଇନାହିଁ । କିଛି କ୍ଷୁଦ୍ର ଚଳଚ୍ଚିିତ୍ର ଓ ମ୍ୟୁଜିକ ଭିଡିଓ ବି କରିଛନ୍ତି । ଆଗକୁ ଆହୁରି ସିନେମାରେ ଅଫର ରହିଥିବା ବେଳେ ଓଲିଉଡ଼ରେ ସେ ନିଜକୁ ଜଣେ ପ୍ରତିଷ୍ଠିତ ନାୟିକା ଭାବରେ ଦେଖିବାକୁ ଚାହାନ୍ତି । ସେଥିପାଇଁ ଭବିଷ୍ୟତ ଲାଗି ପ୍ରସ୍ତୁତି ଚଳାଇଛନ୍ତି । ଏବେ ସୁଟିଂ ଚାଲିଥିବା ବେଳେ ସିନେମା ‘କିଏ ହେବ ମୋ ହିରୋଇନ୍‌’କୁ ନେଇ ସେ ବହୁତ ଆଶାବାଦୀ ଅଛନ୍ତି । କାରଣ ମୁକ୍ତିଲାଭ ପରେ ଏହା ହିଁ ହେବ ତାଙ୍କର ପ୍ରଥମ ସିନେମା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ