ମୁକୁଳା ହୋଇ ପଡିରହିଛି ଡ୍ରେନ ,ନାଳରେ ପଡି ଗାଇଗୋରୁ ହନ୍ତସନ୍ତ

କୋଣାର୍କ, (ଯୁଗାବ୍ଦ ନ୍ୟୁଜ୍): ମୁକୁଳା ହୋଇ ପଡିରହିଛି କିଛି ଡ୍ରେନ ।ଏହି ମୁକୁଳା କାରଣରୁ ବିଭିନ୍ନ ସମୟରେ ଦୂର୍ଘଟଣାର ସମ୍ମୁଖିନ ହେଉଛନ୍ତି ବୁଲାଜନ୍ତୁ । । ଏଭଳି ଘଟଣା କୋଣାର୍କ ବଜାରରେ ଦେଖିବାକୁ ମିଳିଛି । ଡ୍ରେନ ଗୁଡିକ ମୁକୁଳା ହୋଇ ପଡିରହିଥିବା ବେଳେ ଗାଇଗୋରୁ ବିଭିନ୍ନ ସମୟରେ ମୁକୁଳା ନାଳରେ ପଡି ଆହାତ ହୋଇଥିବା ବେଳେ ଆଜି ପୁଣି ଥରେ ଗୋଟିଏ ଗାଇ ନାଳରେ ପଡିଯାଇ ହନ୍ତସନ୍ତ ହୋଇଛି । କିଛି ସମୟ ସ୍ଥାନୀୟ ଉଦ୍ଧାର କରିବା ପାଇଁ ପ୍ରୟାସ କରିଥିବାବେଳେ ବିଫଳ ହେବାରୁ ଚମ୍ପାହରଣ ଅଗ୍ନିଶମ ବାହନୀକୁୂ ଖବର ଦେଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗାଇଟିକୁ ମୁକୁଳା ନାଳ ମଧ୍ୟରୁ ଉଦ୍ଧାର କରିଥିଲେ । ମୁକୁଳା ନାଳ ଗୁଡିକରେ ବାରମ୍ବାର ଏହି ପରି ଗାଇଗୋରୁ ମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ମଣିଷ ନାଳରେ ପଡି ଆହାତ ହୋଇଥିବାରୁ ମୁକୁଳା ନାଳ କୁ ସଂମ୍ପର୍ଣ୍ଣ କରିବା ନିମନ୍ତେ ଅଂଚଳ ବାସୀ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ