ମୁକ୍ତା ଯୋଜନାରେ ଗଂଜାମ ଏନଏସି କୁ ଏକକୋଟି୨୯ ଲକ୍ଷ ଅନୁଦାନ
ଗଂଜାମ, (ଯୁଗାବ୍ଦ ନ୍ୟୁଜ):ଗଂଜାମ ଏନଏସିର ଉନ୍ନତିପାଇଁ ମୁଖ୍ୟମନ୍ତ୍ରୀ ମୁକ୍ତା ଯୋଜନାରେ ଏକ କୋଟି ୨୯ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିଥିବାରୁ ଆଜି ଗଂଜାମ ଏନଏସି ବାସୀଙ୍କ ତରଫରୁ ଏକ ସଭା କରାଯାଇ କୃତଜ୍ଞତା ଜଣାଯାଇଛି। ଗଞ୍ଜାମ ସହର ସ୍ଥିତ ମା ବୁଢ଼ୀ ଠାକୁରାଣୀ ମନ୍ଦିର ପରିସରରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗଦେଇ ସହର ମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସଦାସର୍ବଦା କାର୍ଯ୍ୟକାରୀ କରିଆସୁଥିବା ବେଳେ , ବର୍ତ୍ତମାନ ମୁକ୍ତା ଯୋଜନା ଆଉ ଏକ ମାଇଲଖୁଣ୍ଟ । ଗତ ୧୬ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବ ମିଳିତ ଭାବେ ବିଭିନ୍ନ ଏନଏସିର ଉନ୍ନତି ପାଇଁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି କଣ ଆବଶ୍ୟକ ଓ ତାହାର ପ୍ରତିକାର ନେଇ ଆଲୋଚନା କରିଥଲେ । ଏହି ପରିପ୍ରେକ୍ଷୀରେ ଗଂଜାମ ଏନଏସିରେ ଶିଶୁ ଉଦ୍ୟାନ, ଶୌଚାଳୟ, ଓପେନ ଜିମ, ପ୍ରମୁଖ ସମେତ ୨୧ ଟି ପ୍ରକଳ୍ପ ପାଇଁ ଏକ କୋଟି ୨୯ ଲକ୍ଷ୨୯ ହଜାର ଟଙ୍କା ଅନୁଦାନ ପ୍ରଦାନ କରିଥିବା କହିବା ସହ ଅଞ୍ଚଳ ବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ କୃତଜ୍ଞତା ଜଣାଇଥିଲେ ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅଧ୍ୟକ୍ଷ ଉର୍ମିଳା ପଲେଇ, ଉପାଧ୍ୟକ୍ଷ ନିଳାଞ୍ଚଳ ବାରିକ, ଯୁବ ବିଜେଡି ସଭାପତି ସୁଧୀର ପାଢ଼ୀ, ଛାତ୍ର ବିଜେଡ଼ି ସଭାପତି ରାକେଶ ରଞ୍ଜନ ଦାଶ(ସିଲୁ),ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡା,ଯୁବନେତା ସୁରିଆ ପ୍ରଧାନ,ଡିଜିଟାଲ ସମ୍ପାଦକ ଆଶୁତୋଷ ଦାସ,କାମାପଲେଇ,ସୁଦାମ ପଲେଇ, ମହିଳା ନେତ୍ରୀ ପ୍ରମିଳା ଦାସ, ସମିତି ସଭ୍ୟ ଛାୟାକାନ୍ତ ପ୍ରଧାନ, ରଞ୍ଜିତ ପଲେଇ,ଅରୁଣ ମହାନ୍ତି, ପ୍ରମୁଖ ଉପସ୍ଥିତ ଥିଲେ ।
।


