ମୁଖ୍ଯ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଆସକର୍ମୀଙ୍କୁ ଡାକ୍ତରଙ୍କ ମାଡ଼
କଳାହାଣ୍ଡି, ,(ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ଭବାନିପାଟଣା ମୁଖ୍ଯ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ହେମାଙ୍ଗିନୀ ମେହେର ଥୁଆମୂଳ ରାମପୁର ବ୍ଲକ ବଣ୍ଡାବାଗ ର ଆସାକର୍ମୀ ସଂଗୀତା ନାଏକଙ୍କୁ ମାଡ ମାରି ଚପଲ ଉଠାଇଥିବା ଅଭିଯୋଗ କରିଛନ୍ତି ଆଶାକର୍ମୀ । ପ୍ରକାଶ ଯେ ଥୁଆମୂଳ ରାମପୁର ବ୍ଲକ ବଣ୍ଡାବାଗ ଅଞ୍ଚଳର ଜଣେ ପ୍ରସୁତି ମହିଳାଙ୍କୁ ଆଜି ଭବାନିପାଟଣା ମୁଖ୍ଯ ଚିକିତ୍ସାଳୟରେ ଭର୍ତି କରିଥିଲେ । ତେବେ ସମସ୍ତ କଥା ପଚାରିବା ପରେ ପ୍ରସୁତି ମହିଳାଙ୍କ ପାଖରେ ଛିଡା ହୋଇଥିବା ବେଳେ ଡାକ୍ତରାଣି ହେମାଙ୍ଗିନୀ ମେହେର କିଛି ବୁଝିବା ଆଗରୁ ଗାଲରେ ଡଟ୍ ପେନ୍ ଗେଞ୍ଜିବା ସହ ଚାପୁଡା ମାରିଥିବା ଆଶାକର୍ମୀ ସଙ୍ଗୀତା ପ୍ରକାଶ କରିଛନ୍ତି । ଏନେଇ ଆଶାକର୍ମୀ ମହଲରେ ଅସନ୍ତୋଷ ଦେଖାଦେବା ସହ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ଅଧିକାରୀଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ ଭବାନିପାଟଣା ଟାଉନ ଥାନା ରେ ଡାକ୍ତର ହେମାଙ୍ଗିନୀ ମେହେରଙ୍କ ନାଁ ରେ ଏକ ମାମଲା ଦାୟର କରିବା ସହ ତୁରନ୍ତ ଆଶାକର୍ମୀଙ୍କୁ କ୍ଷମା ମଗିବାକୁ ଦାବି କରିଛନ୍ତି ଯଦି କ୍ଷମା ନ ମାଗିବେ ତାହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ଚେତାବନି ଦେଇଛନ୍ତି । ତେବେ ଏ ସଂମ୍ପର୍କ ରେ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀ ଦାୟୀତ୍ବ ରେ ଥିବା ଏଡିଏମଓ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାରୁ ମୁଁ ବର୍ତ୍ତମାନ ସୁଦ୍ଧା ଅଭିଯୋଗ ପାଇ ନାହି ଅଭିଯୋଗ ପାଇଲା ପରେ ଘଟଣାର ତଦନ୍ତ କରିବେ ବୋଲି ପ୍ରକାଶ କରିଛନ୍ତି । ତେବେ ଡାକ୍ତର ହେମାଙ୍ଗିନୀ ମେହେରଙ୍କ ନାଁ ରେ ପୁର୍ବରୁ ମଧ୍ଯ ଅନେକ ଅଭିଯୋଗ ଥିବା ଜଣାପଡିଛି ।


