ମୁଖ୍ୟମନ୍ତ୍ରୀଙ୍କୁ ଆୟୁଷ ଡାକ୍ତରଙ୍କ ସ୍ମାରକ ପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : ରାଷ୍ଟ୍ରୀୟ ବାଲ ସ୍ୱସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସକେ) ଆୟୁଷ ଡାକ୍ତର ସଂଘ ପକ୍ଷରୁ କେତେକ ଦାବି ସମ୍ପର୍କରେ ରାଜ୍ୟ ସରକାରଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ବି ସରକାର ନିରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ ଦାବି ଗୁଡିକ ସମ୍ପର୍କରେ କୈାଣସି ପଦକ୍ଷେପ ନିଆଯାଇ ନଥିବାରୁ ସଂଘର ନିଷ୍ପତି କ୍ରମେ ଜିଲାର ସମସ୍ତ ଆୟୁଷ ଡାକ୍ତରମାନେ ୮ଦଫା ଦାବି ପୁରଣ ନିମନ୍ତେ କଳାବ୍ୟାଚ ପିନ୍ଧି ପ୍ରତିବାଦ ଜଣାଇଥିଲେ । ଏଥିସହିତ କେନ୍ଦ୍ରାପଡା ଜିଲା ସଂଘ ପକ୍ଷରୁ ଜିଲାପାଳ ସମର୍ଥ ବର୍ମାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଆଜି ପ୍ରଦାନ କରାଯାଇଛି । ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ(ରାଜସ୍ୱ) ନରହରି ସେଠୀଙ୍କୁ ପ୍ରଦାନ କରିଛନ୍ତି । ଦାବି ଗୁଡିକ ମଧ୍ୟରେ ଆୟୁଷ ଡାକ୍ତର ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯିବା ସହ ଅନ୍ୟ ଡାକ୍ତରମାନଙ୍କୁ ପ୍ରଦାନ କରା ଯାଉଥିବା ସୁବିଧା ସୁଯୋଗ ପ୍ରଦାନ କରାଯିବା, ସର୍ବ ନିମ୍ନ ୫୦ ହଜାର ଟଙ୍କା ମାସିକ ଦରମା ପ୍ରଦାନ କରିବା, ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ଆୟୁର୍ବେଦିକ୍ ଓ ହୋମିଓପାଥି ଡାକ୍ତରଙ୍କ ଦରମା ସହ ସମାନ ଦରମା ପ୍ରଦାନ କରିବା, ଚାକିରି ନିୟମିତ କରିବା ପ୍ରଭୃତି ଦାବି ରହିଛି । ଏହି ଦାବିପତ୍ର ସଙ୍ଘର ସଭାପତି ଡା. ବି.କେ.ପ୍ରଶାନ୍ତ କୁମାର, ସମ୍ପାଦକ ଡା.ପ୍ରଦୀପ ଚମ୍ପତି, ସୈାହାଦ୍ର୍ର‌୍ୟ କୁମାର ନାୟକ, ଡା. ରିତେନ୍ଦ୍ର ମହାନ୍ତି ପ୍ରମୁଖ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ