କୁତରଙ୍ଗ ପଞ୍ଚାୟତରେ ରେକର୍ଡ ସଂଖ୍ୟକ ୩୯୫ଜଣଙ୍କ ସ୍ୱାବ ସଂଗ୍ରହ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : କୁତରଙ୍ଗ ପଞ୍ଚାୟତରେ ଶୁକ୍ରବାର ରେକର୍ଡ ସଂଖ୍ୟକ ୩୯୫ ଜଣଙ୍କ ଠାରୁ କରୋନା ପରୀକ୍ଷା ନିମନ୍ତେ ସ୍ୱାବ ସଂଗ୍ରହ କରାଯାଇଥିବା ଜଣାପଡିଛି । ଜିଲ୍ଲାର ବିଭିନ୍ନ ପଞ୍ଚାୟତରୁ ଯେତିକି ସ୍ୱାବ ବର୍ତ୍ତମାନ ସୁଦ୍ଧା ସଂଗ୍ରହ କରାଯାଇଛି ସେଥିମଧ୍ୟରୁ ଏହି ପଞ୍ଚାୟତରେ ସର୍ବାଧିକ ବୋଲି ତଥ୍ୟରୁ ଜଣାପଡିଛି । ଏହି ଅବସରରେ ସରପଞ୍ଚ ସୀତାସୁନ୍ଦରୀ ମଲ୍ଲିକଙ୍କ ନିଜସ୍ୱ ଉଦ୍ୟମ ଫଳରେ ଏଭଳି ରେକର୍ଡ ସଂଖ୍ୟକ ସ୍ୱାବ ସଂଗ୍ରହ କରାଯାଇଥିବା ଜଣାପଡିଛି । ହେଲେ ସମସ୍ତ ରିପୋର୍ଟ ନେଗେଟିଭ ଆସିଛି । ଏହି ରେକର୍ଡ ସଂଖ୍ୟକ ସ୍ୱାବ ସଂଗ୍ରହର କାରଣ ହେଉଛି ସରପଞ୍ଚ ନିଜେ ଘର ଘର ବୁଲି ଲୋକମାନଙ୍କୁ ସଚେତନ କରିବା ସହିତ ଆଶା, ଅଙ୍ଗନୱାଡି କର୍ମୀ ଓ ଏଏନ୍‌ଏମ୍ ଦିଦିଙ୍କୁ ମଧ୍ୟ ଘର ଘର ବୁଲି ଲୋକମାନଙ୍କୁ ସଚେତନ କରିବା ପାଇଁ ପ୍ରବର୍ତ୍ତାଇଥିଲେ । ରେକର୍ଡ ସଂଖ୍ୟକ ସ୍ୱାବ ସଂଗ୍ରହ ହୋଇଥିବା ଜିଲାପାଳ ସମର୍ଥ ବର୍ମା ଖବର ପାଇ ପଞ୍ଚାୟତରେ ପହଞ୍ଚି ସରପଂଚ ଶ୍ରୀମତୀ ମଲ୍ଲିକଙ୍କୁ ଏଥିନିମନ୍ତେ ସାବାସୀ ଜଣାଇଥିଲେ । ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା ଓ ଶୃଙ୍ଖଳିତ ଭାବେ ଶିବିର ପରିଚାଳନା କରିଥିବାରୁ ସରପଞ୍ଚ ସୀତା ସୁନ୍ଦରୀ ମଲ୍ଲିକ ଓ ସରପଞ୍ଚଙ୍କ ପ୍ରତିନିଧି ତଥା ଏହି ପଞ୍ଚାୟତର ଯୁବନେତା ନରୋତ୍ତମ ମଲ୍ଲିକଙ୍କୁ ସାଧୁବାଦ ଜଣାଇଥିଲେ ଜିଲ୍ଲାପାଳ ଶ୍ରୀ ବର୍ମା । ଏହି ଅବସରରେ ସରପଂଚ ଶ୍ରୀମତୀ ମଲ୍ଲିକ କହିଥିଲେ ଯେ ି ରେକର୍ଡ ସଂଖ୍ୟକ ସ୍ୱାବ ସଂଗ୍ରହ କରାଯିବାର କାରଣ ହେଉଛି ସେ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରିବା ସହ ଘର ଘର ବୁଲି ଶିବିରକୁ ଆସିବା ପାଇଁ ବୁଝାଇଥିଲେ । ଏ ନେଇ ସେମାନଙ୍କ ମନରେ ଯେଉଁ ସବୁ ଆଶଙ୍କା ଥିଲା ସେସବୁକୁ ଦୂର କରାଯାଇଥିଲା । ଆଶା କରାଯାଉଥିଲା ୩ଶହ ଭିତରେ ଲୋକ ଆସିବେ । କିନ୍ତୁ ଲୋକେ ସଚେତନ ହୋଇଥିବାରୁ ୩୯୫ ଲୋକ ସ୍ୱାବ ପରୀକ୍ଷା କରାଇବା ପାଇଁ ପହଞ୍ଚିଥିଲେ । ରାପିଡ ଆଣ୍ଟିଜେନ ଟେଷ୍ଟ ମାଧ୍ୟମରେ ତୁରନ୍ତ ପରୀକ୍ଷା କରାଯାଇଥିଲା । ସମସ୍ତଙ୍କ ରିପୋର୍ଟ ନେଗେଟିଭ ହୋଇଥିବା ସେ ସୂଚନା ଦେଇଛନ୍ତି । ପଞ୍ଚାୟତ ସଭାପତି ଗୋଲେଖ ଜେନା, ଅଭିଜିତ ଥାଟୋଇ, ରଶ୍ମିରଞ୍ଜନ ଥାଟୋଇ, ବିଦ୍ୟାଧର ମଲ୍ଲିକ, ଜ୍ଞାନ ଲୋଚନ ବେହେରା, ରମେଶ ପରିଡ଼ା, ଅକ୍ଷୟ କୁମାର ଜେନା, ନିରଞ୍ଜନ ବଳ, ଦୁଃଶାସନ ମଲ୍ଲିକ, ମନୋଜ କୁମାର ଜେନା, ଦେବଦତ୍ତ ଜେନା, ପ୍ରିୟରଞ୍ଜନ ମହାନ୍ତି, ଦେବପ୍ରସାଦ ମହାନ୍ତି ପ୍ରମୁଖ ଏହି ଶିବିରରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ