ମୁଖ୍ୟମନ୍ତ୍ରୀଙ୍କୁ ଉପହାର ସ୍ୱରୂପ ଦେବାପାଇଁ ଇଛା କରିଛନ୍ତି ଦିଲୀପ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ବ୍ରହ୍ମପୁର ସହରର କ୍ଷୁଦ୍ର କାଷ୍ଠ ଶିଳ୍ପୀ ଗ୍ରାଣ୍ଡମାଷ୍ଟର ଦିଲୀପ ମହାରଣା ପୁଣି ଥରେ ଏକ ନୂଆଁ ବିସ୍ମୟ ସୃଷ୍ଟି କଲାଭଳି ଏକ କଳାକୃତି ନିର୍ମାଣ କରିଛନ୍ତି । ପୁର୍ବରୁ ସେ ପୁରୀ ଶ୍ରୀମନ୍ଦିର, ରାମ ମନ୍ଦିର ଏକ ଇଞ୍ଚ ଏବଂ ଅଧା ଇଞ୍ଚ ବିଶିଷ୍ଠ ମା ଦୁର୍ଗାଙ୍କ ପ୍ରତିମୂର୍ତ୍ତି, ବ୍ରହ୍ମପୁର ବୁଢ଼ୀ ଠାକୁରାଣୀଙ୍କର କ୍ଷୁଦ୍ରତମ ମୁଖା, ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ନନ୍ଦିଘୋଷ ରଥ ନିର୍ମାଣ କରି ସାରା ଦେଶରେ ଚହଳ ସୃଷ୍ଟି କରିଥିଲେ । ଏବଂ ତା ସହ ଇଣ୍ଡିଆ ବୁକ ଅଫ ରେକର୍ଡ୍ସ ଏସିଆ ବୁକ ଅଫ ରେକର୍ଡ୍ସରେ ଗ୍ରାଣ୍ଡମାଷ୍ଟର ଉପାଧି ପାଇ ଥିଲେ ଏବଂ ଏକ୍ସକ୍ଲୁସିଭ ୱାରଲଡ଼ ରେକର୍ଡ୍ସରେ ନିଜକୁ ସ୍ଥାନିତ କରି ବ୍ରହ୍ମପୁର ମାଟିକୁ ଅନେକ ସମ୍ମାନ ଆଣିବା ସହ କିଛି ନୁଆଁ କରିବା ସଂକଳ୍ପ ନେଇ ଆଗକୁ ବଢ଼ିପାରିଛନ୍ତି । ତେବେ ବର୍ତ୍ତମାନ ଦକ୍ଷିଣ ଓଡିଶା ସମେତ ସାରା ରାଜ୍ୟରେ ଚୈତ୍ର ମେଳା ପାଇଁ ବେସ ପ୍ରସିଦ୍ଧ ଲାଭ କରିଥିବା ଶକ୍ତିପୀଠ ତାରା ତାରିଣୀ ମନ୍ଦିରର ଏକ ଅବିକଳ ପ୍ରତିକୃତି କାଠରେ ନିର୍ମାଣ କରିଛନ୍ତି । ମାତ୍ର ଚାରି ଇଞ୍ଚ ଉଚ୍ଚତା ବିଶିଷ୍ଠ ମା ତାରା ତାରୀଣିଙ୍କ ମୂଖ୍ୟ ମନ୍ଦିର ସମେତ ଜଗମୋହନ ନାଟ ମଣ୍ଡପ ତା ସହ ପଞ୍ଚୁ ଦେବା ଦେବୀଙ୍କର ମନ୍ଦିର ଯଜ୍ଞ ବେଦିକା, ମହା ସ୍ନାନ ମଣ୍ଡପ ସୁନ୍ଦର ପାଚେରୀ ସହିତ ମୁଖ୍ୟ ହସ୍ତୀ-ବେହରଣ ଦ୍ୱାର ପାଶ୍ୱ ଦେବୀ ନାରଶିହିଁ ବାରାହି ଏବଂ ଚାମୁଣ୍ଡା ମୁଖ୍ୟ ମନ୍ଦିର ଉପରେ ଅଁଳା ବେଢ଼ା ଏବଂ ଦଧି ନଉତି କଳସ ସହ ମାଙ୍କର ମନ୍ଦିରର ଚାରି ଦ୍ଵାରକୁ ଅତି ନିଖୁଣ ଭାବରେ କାଠରେ ଖୋଦିତ କରିଛନ୍ତି। ପୁରା ମନ୍ଦିରକୁ କରିବାରେ ଦିଲୀପଙ୍କୁ ସାତ(୭)ଦିନ ସମୟ ଲାଗିଥିବା ବେଳେ ଏହା ମା ତାରା ତାରୀଣିଙ୍କର କାଠରେ ତିଆରି ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ପ୍ରତିକୃତି। ଦିଲୀପଙ୍କ ବାପା ଭଗବାନ ମହାରଣା ଏବଂ ଭାଇ ମନୋଜ ମହାରଣା ତାଙ୍କୁ ସହଯୋଗ କରିଥିବା ବେଳେ ତାଙ୍କ ମାଁମୁ ସନ୍ୟାସୀ ମହାରଣା ତାଙ୍କୁ ମନ୍ଦିରର ସବିଶେଷ ତଥ୍ୟ ଦେଇଥିଲେ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପାଦନ କରିବା ପାଇଁ।ତାସହ ତାରା ତାରିଣୀ ମନ୍ଦିରର ସେବକ ସଂଘ ତରଫରୁ ଧ୍ରୁବ ରଣା, ତପନ ରଣା, ବାପ ରଣା ତାଙ୍କୁ ମନ୍ଦିରର ସବୁ ନିର୍ମାଣ ତଥ୍ୟ ବିଷୟରେ ସହଯୋଗ କରିଥିଲେ। ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ପ୍ରଚେଷ୍ଟା ଯୋଗୁଁ ତାରା ତାରିଣୀ ମନ୍ଦିର ଏଭଳି ଏକ ବିଶ୍ୱସ୍ତରୀୟ ଭାସ୍କର୍ଯ୍ୟର ମାନ୍ୟତା ଲାଭ କରିପାରିବା ସହ ଏତେ ସବୁ ଉନ୍ନତିମୂଳକ କାର୍ଯ୍ୟ ହୋଇ ପାରିଛି। ତେଣୁ ଦିଲୀପ ଏହି ମନ୍ଦିରର ପ୍ରତିକୃତିକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ କରିବା ସହ ଏହି କ୍ଷୁଦ୍ରତମ ମନ୍ଦିରକୁ ମୁଖ୍ୟମନ୍ତ୍ରୀଙ୍କୁ ନିଜ ହାତରେ ଉପହାର ଦେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ