ମୁଖ୍ୟମନ୍ତ୍ରୀଙ୍କୁ ଜୟପୁର ବିଜେପି ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ଵାଗତଓ ସମ୍ବର୍ଧନା
ଜୟପୁର,(ହେମନ୍ତ ପାଣଗ୍ରାହୀ):ଚଳିତ ବର୍ଷ “ପରବ” ୨୦୨୪ ଉଦଘାଟନ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜୟପୂର ବିମାନ ବନ୍ଦରରେ ଅବତରଣ ପରେ ଜୟପୂର ସହର ୨୬ ନଂ ଜାତୀୟ ରାଜପଥରେ ଏକ ରୋଡ ସୋ କରି କୋରାପୁଟ ଅଭିମୁଖେ ଯାତ୍ରା କରିଛନ୍ତି। କୋରାପୁଟ ଠାରେ ଆୟୋଜିତ “ପରବ” ୨୦୨୪ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଗତକାଲି ଶୁକ୍ରବାର ଦିନ ମାଲକାନଗିରି ଠାରେ ଅନୁଷ୍ଠିତ ମାଲ୍ୟବନ୍ତ ପର୍ବରେ ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଶନିବାର ଦିନ ମାଲକାନଗିରି ଠାରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଜୟପୂର ବିମାନ ବନ୍ଦରରେ ଅପରାହ୍ନ ୪ ଘଟିକା ସମୟରେ ପହଞ୍ଚିଥିଲେ। ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇ ସ୍ଵାଗତ ଓ ସମ୍ବର୍ଧନା କରାଯାଇଥିଲା। ପରେ ଜୟପୂର ସହର ମଧ୍ୟରେ ଏକ ରୋଡ଼ ସୋ କରି କୋରାପୁଟ ଅଭିମୁଖେ ଯାତ୍ରା କରିଥିଲେ। ଏହି ଅବସରରେ କୋରାପୁଟ ଜିଲ୍ଲା ପ୍ରଶାସନୀକ ଅଧିକାରୀ ଜିଲ୍ଲାପାଳ ଭି କିର୍ତିଭାସନ୍, ଆରଖୀ ଅଧୀକ୍ଷକ ରୋହିତ ବର୍ମାଙ୍କ ସହ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି,କୋରାପୁଟ ବିଧାୟକ ରଘୁରାମ ମାଛ, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝି, କୋରାପୁଟ ଜିଲ୍ଲା ବିଜେପି ଦଳର ଅନ୍ୟାନ୍ୟ ନେତା ଓ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।