ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ
ଭୁବନେଶ୍ୱର : ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି। କରୋନା ପ୍ରତିଷେଧକ ଓ ଏନେଇ ପାଣ୍ଠି ବ୍ୟୟବରାଦ ପାଇଁ କ୍ୟାବିନେଟରେ ବଡ଼ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। କ୍ୟାବିନେଟରେ ମ୍ୟୁନିସିପାଲିଟି ଆଇନ-୧୯୫୦କୁ ସଂଶୋଧନ ମଞ୍ଜୁରୀ, ମ୍ୟୁନିସିପାଲ କର୍ପୋରେସନ ଆଇ ସଂଶୋଧନ ପ୍ରସ୍ତାବ ମଞ୍ଜୁର ହୋଇଥିବା ନେଇ ସୂଚନା ମିଳିଛି। ଏହି କ୍ୟାବିନେଟ ବୈଠକରେ କରୋନା ପ୍ରତିଷେଧକ ଓ ଏନେଇ ପାଣ୍ଠି ବ୍ୟୟବରାଦ ପାଇଁ ନିଷ୍ପତି ହୋଇଛି ।