ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ଓକିଲ ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ

ଛତ୍ରପୁର ,(ଦେବଦତ୍ତ ମହାରଣା ): ଗଞ୍ଜାମ ଜିଲ୍ଲାରେ ମଧୁବାବୁ ଆଇନ ସହାୟତା ଯୋଗାଇ ଦେବା ନିମନ୍ତେ ୫୦୩ ପଂଚାୟତରେ ତୁରନ୍ତ ଆଇନଜୀବୀ ମାନଙ୍କୁ ନିଯୁକ୍ତି ଦେବା ଦାବିରେ ଆଜି ଛତ୍ରପୁର ଓକିଲ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏକ ଦାବି ପ୍ରଦାନ କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢ଼ୀ, ଉପସଭାପତି ଡ଼ମିନାଥ ସାହୁ, ସମ୍ପାଦକ ଏଲ୍‌. ଗୋପାଲରାଓ, ଲାଇବ୍ରେରୀ ଓ ସେମିନାର୍ ସମ୍ପାଦକ ସୁରେଶ କୁମାର ପଟ୍ଟନାୟକ, ପୂର୍ବତନ ସଭାପତି କେ. ଶିବରାମ ରେଡ୍ଡି, ସଞ୍ଜୟ ବେହେରା, ଶିବ ସାହୁ, ସନ୍ତୋଷ କୁମାର ପଶୁପାଳକ, ଲକ୍ଷ୍ମୀ ଚରଣ ଶତପଥୀ, ରାମକୃଷ୍ଣ ଦାସଙ୍କ ସମେତ ସଂଘର ବହୁ ସଦସ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ