ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାଲେଶ୍ୱର ଓକିଲ ସଂଘର ସ୍ମାରକପତ୍ର

ବାଲେଶ୍ୱର, (ସରୋଜ ପଣ୍ଡା): ସୋର ପରେ ଢେଙ୍କାନାଳ ଓକିଲ ସଂଘ କର୍ମକର୍ତ୍ତାଙ୍କ ଉପରେ ପୁଲିସର ଅମାନବୀୟ କାର୍ଯ୍ୟାନୁଷ୍ଠାନକୁ ନେଇ ପୁଣି ମୁହଁ ଖୋଲିଛି ବାଲେଶ୍ୱର ଜିଲା ଓକିଲ ସଂଘ । ସୋର ଓକିଲଙ୍କ ଉପରେ ଉପରେ ନୟାପଲି ଓ ସୋର ଥାନା ପୁଲିସ କରିଥିବା ନିର୍ଯାତନା ତଥା ଆକ୍ରମଣ ବିରୋଧରେ ସମଗ୍ର ଓଡ଼ିଶାର ଆଇନଜୀବୀମାନେ ଗତମାସ ଶାନ୍ତିପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଓକିଲ ସଂଘ ମଧ୍ୟ ଶାନ୍ତିପୂର୍ଣ୍ଣ ଧାରଣା ଚଳାଇ ରଖିଥିବା ବେଳେ ସେଠାକାର ଟାଉନ ଥାନା ପୁଲିସ ଆଇନର ଊର୍ଦ୍ଧ୍ୱକୁ ଯାଇ ସଭାପତି ସଞ୍ଜୟ କୁମାର ମିଶ୍ର ଏବଂ ଅନ୍ୟମାନଙ୍କ ପ୍ରତି ଅସଦାଚରଣ କରିଥିଲେ । ଏମିତିକି ୩୦୬ / ୨୦୨୧ ନଂର ମିଥ୍ୟା ମାମଲା ରୁଜୁ କରିବାକୁ ପୁଲିସ ପଛାଇ ନଥିବା ବାଲେଶ୍ୱର ଓକିଲ ସଂଘ କର୍ମକର୍ତ୍ତା ଆରୋପ ଉଠାଇଛି । ଢେଙ୍କାନାଳ ଓ ସୋର ଓକିଲଙ୍କ ବିରୋଧରେ ପୁଲିସ ରୁଜୁ କରିଥିବା ମିଥ୍ୟା ମାମଲା ତୁରନ୍ତ ପ୍ରତ୍ୟାହାର ସହ ଅଭିଯୁକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବାଲେଶ୍ୱର ଓକିଲ ସଂଘ । ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ଏକ ସ୍ମାରକପତ୍ର ବାଲେଶ୍ୱର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ସ୍ମାରକପତ୍ର ପ୍ରଦାନ ବେଳେ ବାଲେଶ୍ୱର ଓକିଲ ସଂଘ ସଭାପତି ମନୋଜ କୁମାର ନାୟକ ଓ ସମ୍ପାଦକ ସମ୍ବିତ ନନ୍ଦୀଙ୍କ ସମେତ ବହୁ ବରିଷ୍ଠ ଆଇନଜୀବୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ